ଗୌରବ ଆଣିଛି ଢେଙ୍କାନାଳର ମଗଜି ଲଡୁ, ମିଳିବ ଜିଆଇ ମାନ୍ୟତା

ଢେଙ୍କାନାଳ: ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛି ଢେଙ୍କାନାଳର ମଗଜି ଲଡୁ । ରାଜ୍ୟର ୬ଟି ସାମଗ୍ରୀ ମଧ୍ୟରୁ ଢେଙ୍କାନାଳର ମଗଜି ଲଡୁ ଖୁବ ଶୀଘ୍ର ଭୌଗଳିକ ସୂଚକାଙ୍କର ମନ୍ୟତା ବା ଜିଆଇ ଟ୍ୟାଗ ପାଇବାକୁ ଯାଉଛି । ତେବେ ଆଉ କିଛି ଦିନର ଅପେକ୍ଷା ପରେ ମଗଜି ଲଡ଼ୁକୁ ମିଳିବ ଜିଆଇ ମାନ୍ୟତା । ଆସନ୍ତା ଡିସେମ୍ବର ୬ରେ ଭୁବନେଶ୍ବରେ ଜିଆଇ ଅଥରିଟି ଏହାର ଶୁଣାଣି କରିବେ ।
ଢେଙ୍କାନାଳର ମଗଜି ଲଡୁ଼ର ସ୍ୱାଦ ବେଶ ନିଆରା । ଏହାର ନିଆରା ସ୍ବାଦ ପାଇଁ ଏହା ସାରା ରାଜ୍ୟ ନୁହେଁ ବରଂ ସାରା ବିଶ୍ବରେ ବେଶ ପରିଚିତ। ଏଥିପାଇଁ ମଗଜି ଲଡ଼ୁ ରାଜ୍ୟରେ ୬ଟି ସାମଗ୍ରୀ ସହିତ ଭୌଗକିକ ସୂଚକାଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ ବା ଜିଆଇ ଟ୍ୟାଗ ପାଇବାକୁ ଯାଉଛି । ଏସମ୍ପର୍କରେ ଗତ ୩୧ ଅଗଷ୍ଟରେ ଜିଓଗ୍ରାଫିଆକଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ତେବେ ଆବେଦନ ସାମଗ୍ରୀ ଗୁଡିକ ଉପରେ ଆଗାମୀ ୪ମାସ ଭିତରେ ଯଦି କୌଣସି ଆପତ୍ତି ଅଭିଯୋଗ ନହୁଏ ତେବେ ଜିଆଇର ମାନ୍ୟତା ଘୋଷଣା କରାଯିବ ବୋଲି ଜଣାପଡିଛି ।
Powered by Froala Editor