ଚୋରକୁ ଭବ୍ୟ ସମ୍ବର୍ଦ୍ଧନା, ଫୁଲତୋଡା ଦେଇ ତାଳି ମାରିଲେ ଗାଁଲୋକ
ଗାଁରେ ପଶିଥିଲେ ଚୋର । ରାତି ଅଧରେ ବାଇକ ସହ ଲୁହା ସାମଗ୍ରୀ ନେଇ ପଳାଉଥିଲେ । ହେଲେ ଗାଁ ଲୋକଙ୍କ ହାବୁଡରେ ପଡିଗଲେ । ଚୋର ଭୟରେ ଥରୁଥିବାବେଳେ ଗାଁଲୋକ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଏମିତି କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ , କଥା ସତ ଯେ, ପଞ୍ଜାବର ଏକ ଗାଁରେ ଚୋରକୁ ଏଭଳି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।
ପଞ୍ଜାବ, ପଟିଆଲା ଜିଲ୍ଲାର ବ୍ରାହ୍ମଣ ଗାଁରେ ଏକ ବାଇକ୍ ଏବଂ କିଛି ଲୁହାସାମଗ୍ରୀ ଚୋରୀ କରୁଥିବାବେଳେ ଗ୍ରାମବାସୀ ଜଣେ ଚୋରକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ତାର ସାଥି ଅନ୍ଧାରର ସୁଯୋଗ ନେଇ ଖସି ପଳାଇଥିଲା । ଚୋରକୁ ଧରିବା ପରେ ଗ୍ରାମବାସୀମାନେ ତାକୁ ମାଡ଼ ମାରିବା ପରିବର୍ତ୍ତେ ଫୁଲହାର ଏବଂ କରତାଳି ଦେଇ ସ୍ବାଗତ କରିଥିଲେ ।
ଏପରି କରିବାର କାରଣରେ ସେମାନେ କୁହନ୍ତି ଏକରେ ତ ପୋଲିସ ତା କର୍ତ୍ତବ୍ୟ ଠିକରେ କରୁନି । ଯଦି ଆମେ ଚୋରଙ୍କୁ ଧରି ମାରଧର କରୁ । ତେବେ ପୋଲିସ ଆମକୁ ହଇରାଣ କରୁଛି । ପୁଲିସ ଚୋରଙ୍କୁ ସାବାଡ କରିବା ବଦଳରେ ଆମକୁ ହଇରାଣ କରୁଛି । ତେଣୁ ପିଟିବା ବଦଳରେ ଚୋରକୁ ଧରି ଏମିତି ସମ୍ବର୍ଦ୍ଧନା ଦେଲୁ । ଏଭଳି କରି ଆମେ ପୋଲିସକୁ ଅପମାନିତ କରିବାକୁ ଚାହୁଁଛୁ ।
Powered by Froala Editor