ପାଣି ସିଙ୍ଗଡ଼ା ଚାଷ କରି ସାହେବ ଜୀ ହେଲେ ଲକ୍ଷପତି

ବର୍ଷା କମ ଯୋଗୁଁ ସବୁଆଡେ ମରୁଡି ସ୍ଥିତି । ବିଶେଷ କରି ଚାଷୀଙ୍କ ଚିନ୍ତା ବଢିଯାଇଛି । କେବଳ ଧାନ ଚାଷ ନୁହେଁ ସବୁବେଳେ ଚାଷୀ କ୍ଷତିଗ୍ରସ୍ତ ହେଉଛି । ହେଲେ ଏମିତି ଜଣେ ଚାଷୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି କିଛି ଭିନ୍ନ କରି ଲକ୍ଷପତି ବନି ଯାଇଛନ୍ତି । ଧାନ କି ପରିବା ନୁହେଁ ପାଣି ସିଙ୍ଗଡା ଚାଷ କରି ସେ ହୋଇଛନ୍ତି ଲକ୍ଷପତି ।
ସାହେବ ଜୀ ପାଟନା ଜିଲ୍ଲାର ଉଦୟାନୀ ଗାଁରେ ରୁହନ୍ତି । ସାହେବ ପୂର୍ବରୁ ଧାନ ଓ ପିଆଜ ଚାଷ କରୁଥିଲେ । କିନ୍ତୁ ଏଥିରେ ତାଙ୍କୁ କ୍ଷତି ସହିବାକୁ ପଡୁଥିଲା । ଏଥିପାଇଁ ସେ ନିଜର ପାରମ୍ପାରିକ ଫସଲ ଚାଷ ପାଣି ସିଙ୍ଗଡାର ଚାଷ ଆରମ୍ଭ କରିଥିଲେ । ଯେଉଁ କାରଣରୁ ସେ ଗୋଟିଏ ବର୍ଷରେ ହୋଇଯାଇଛନ୍ତି ଲକ୍ଷପତି । ସେ ୪ ଏକର ଜମି ଭଡାରେ ନେଇ ଚାଷ କରୁଛନ୍ତି । ସାହେବ ପ୍ରାୟ ୨ ବର୍ଷ ଧରି ତାଙ୍କ ଗାଁରେ ପାଣି ସିଙ୍ଗଡା ଚାଷ କରିଆସୁଛନ୍ତି । ଏଥିରୁ ସେ ପ୍ରତିବର୍ଷ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
୫୫ ବର୍ଷିୟ ସାହେବ ଜୀ କହିଛନ୍ତି ଯେ ଯଦି ଗୋଟିଏ ଫସଲ ଚାଷରେ ବାରମ୍ବାର କ୍ଷତି ହେଉଛି, ତେବେ ଚାଷୀ ତୁରନ୍ତ ଅନ୍ୟ ଫସଲର ଚାଷ ଆରମ୍ଭ କରିବା ଉଚିତ୍ । ଯଦି ଆଧୁନିକ ପଦ୍ଧତି ସହିତ ଚାଷ କାମ କରାଯାଏ, ତେବେ ଆପଣ କମ୍ ଖର୍ଚ୍ଚରେ ଭଲ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ଟିକିଏ କଠିନ ପରିଶ୍ରମ କରିବାକୁ ପଡିବ ।
Powered by Froala Editor