ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲା : ବୟଫ୍ରେଣ୍ଡ ରାହୁଲଙ୍କ ଅତ୍ୟାଚାର ଅସହ୍ୟ ହେବା ପରେ ବାଛିଥିଲେ ଶେଷ ରାସ୍ତା...
ଟିଭି ଶୋ 'ବାଳିକା ବଧୂ'ରେ ଆନନ୍ଦୀ ଚରିତ୍ରରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଝଟକା ଦେଇଥିଲା । ଲୋକପ୍ରିୟ ଅଭିନେତ୍ରୀ ହେବା ପରେ ବି ପ୍ରତ୍ୟୁଷା କାହିଁକି ଏମିତି ନିଷ୍ପତ୍ତି ନେଲେ ତାର କାରଣ ଜଣାପଡୁନଥିଲା । ହେଲେ ପ୍ରତ୍ୟୁଷାଙ୍କ ବୟଫ୍ରେଣ୍ଡଙ୍କ ବାବଦରେ ବଡ ବୟାନ ଦେଇଛନ୍ତି କୋର୍ଟ। ଦୀର୍ଘ ୭ ବର୍ଷ ପରେ ମୁମ୍ୱାଇ କୋର୍ଟ ଏ ଉପରେ ଏକ ଆଶ୍ଚର୍ଯ୍ୟକର ବୟାନ୍ ଦେଇଛନ୍ତି।
ବୟଫ୍ରେଣ୍ଡ ରାହୁଲ ସିଂହଙ୍କ ଏକ ଆବେଦନକୁ ଖାରଜ୍ କରି ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ପାଇଁ ସେ ଦାୟୀ ବୋଲି ଦର୍ଶାଇଛନ୍ତି। ବାସ୍ତବରେ ରାହୁଲ ହିଁ ତାଙ୍କ ଜୀବନକୁ ନର୍କ କରି ଦେଇଥିଲେ, ଯାହା ଫଳରେ ସେ ଏତେବଡ଼ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି କୋର୍ଟ। ଏପରି ନିର୍ଯାତନା ଦେଇଥିଲେ ଯେ, ଯାହା ଫଳରେ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି।
ଅଦାଲତ ଆହୁରି କହିଛନ୍ତି, ରାହୁଲ ପ୍ରତ୍ୟୁଷାଙ୍କୁ ଶାରୀରିକ, ମାନସିକ, ଆର୍ଥିକ ନିର୍ଯ୍ୟାତନା ସହ ଶୋଷଣ ମଧ୍ୟ କରିଥିଲେ। ତାଙ୍କୁ ବିଭିନ୍ନ ସମୟରେ ନିଶାଦ୍ରବ୍ୟ ଯୋଗାଇ ଦେଇଥିଲେ। ସାନ୍ତ୍ୱନା ଦେବା ପାଇଁ କେବେ ବି କୌଣସି ପଦକ୍ଷେପ ନେଇନାହାନ୍ତି, ବରଂ ତାଙ୍କର କାର୍ଯ୍ୟକଳାପ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ।
ଅପ୍ରେଲ ୧, ୨୦୧୬ରେ ଗୋରେଗାଁରେ ଥିବା ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ପ୍ରତ୍ୟୁଷା। ବାନାର୍ଜୀଙ୍କ ମା'ଙ୍କ ଅଭିଯୋଗକୁ ଭିତ୍ତି କରି ଅଭିନେତା ତଥା ଇଭେଣ୍ଟ ଆୟୋଜକ ରାହୁଲଙ୍କୁ ପୁଲିସ ଗିରଫ କରିଥିଲା।
Powered by Froala Editor