ସ୍ବତନ୍ତ୍ର ଅଧିବେଶନରେ ଆସିପାରେ ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଲ୍
ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଛି । ଆଗକୁ ନିର୍ବାଚନ ଆସୁଥିବାବେଳେ ମୋଦି ସରକାର ନୂଆ ଯୋଜନା ସହ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇପାରନ୍ତି ବୋଲି କୁହାଯାଉଛି । ବିଶେଷ କରି ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଲ୍ ଆଗତ କରିପାରନ୍ତି ।
‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଲ୍ ଅନୁଯାୟୀ ଲୋକସଭା ଓ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଗୋଟିଏ ଦିନରେ ମତଦାନ ହେବାର ସମ୍ଭାବନା ରହିଛି।
‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଲ୍ ପୂର୍ବରୁ ଶୀତକାଳିନ ଅଧିବେଶନ ବସିବାକୁ ଥିବାବେଳେ ହଠାତ ସ୍ବତନ୍ତ୍ର ଅଧିବେଶନ ଡକାଇବା ପଛରେ ରାଜନୈତିକ କାରଣ ରହିଥିବା ନେଇ ଚର୍ଚ୍ଚା ହେଉଛି ।
ଅନ୍ୟପଟେ ନିର୍ବାଚନ ପୂର୍ବରୁ ଜି-୨୦ ବୈଠକ, ଚନ୍ଦ୍ରଯାନ ମିଶନ, ସଂସଦର ନୂତନ ଭବନରେ ପ୍ରବେଶ, ଏକ ଦେଶ, ଏକ ନିର୍ବାଚନ ବିଲ୍ ଆାଗତ କରିପାରନ୍ତି ।
Powered by Froala Editor