ବରିଷ୍ଠ ଓଏଏସ ଅଫିସରସ୍ତରରେ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ୭ ଜଣ ବରିଷ୍ଠ ଓଏଏସ ଅଫିସରଙ୍କୁ ପରବର୍ତ୍ତୀ ନିଯୁକ୍ତି ପାଇଁ ନଗର ଉନ୍ନୟନ ବିଭାଗକୁ ବଦଳି ହୋଇଛି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଲଘୁ ଖଣିଜ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏଏସ୍ ଅଫିସର ପ୍ରଦୀପ କୁମାର ମିଶ୍ର-୨ଙ୍କୁ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ସେହିପରି କେନ୍ଦୁଝର ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଜୟଶ୍ରୀ ବେଉରା, କେନ୍ଦୁଝର ଅତିରିକ୍ତ ଉପଜିଲ୍ଲାପାଳ ସୋନା ଟୁଡ଼ୁ, ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲୁ, ସମ୍ବଲପୁର ଜିଲ୍ଲା ପରିଷଦ ଅତିରକ୍ତ ନିର୍ବାହୀ ଅଧିକାରୀ ରମେଶ ହାଂସଦା, ବରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ସୁନୀଲ କୁମାର କେରକେଟା ଓ କନ୍ଧମାଳ ଜିଲ୍ଲା ପରଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇଙ୍କୁ ପରବର୍ତ୍ତୀ ନିଯୁକ୍ତି ନିମନ୍ତେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବଦଳି କରାଯାଇଛି । ସେହିପରି ବରଗଡ଼ ଜିଲ୍ଲା ଭଟଲୀ ବିଡିଓ ଧୀରେନ୍ଦ୍ର କୁମାର ସେଠୀଙ୍କୁ ସୁନ୍ଦରଗଡ଼ ଆଇଟିଡିଏ ପ୍ରକଳ୍ପ ସହାୟକ ଭାବେ ବଦଳି ହୋଇଛି ।
Powered by Froala Editor