ଭୁବନେଶ୍ୱର-ଉତ୍କେଲା ବିମାନସେବା ଆଜିଠୁ

ଭୁବନେଶ୍ୱର: ଗୁରୁବାରଠାରୁ କଳାହାଣ୍ଡିର ଉତ୍କେଲାକୁ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ ଯୋଗଦେଇ ଲୋକାର୍ପଣ କରିବାର କାର୍ୟ୍ୟକ୍ଷମ ରହିଛି । ଏହା ସହ ଉତ୍କେଲାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିମାନବନ୍ଦରର ମଧ୍ୟ ଉଦ୍ଘାଟନ ହେବାର କାର୍ୟ୍ୟକ୍ରମ ରହିଛି ।
ଉତ୍କେଲାକୁ ବିମାନ ସେବା ଆରମ୍ଭ ହେଲେ ଆଞ୍ଚଳିକ ସ୍ତରରେ ସଂଯୋଗୀକରଣ ବୃଦ୍ଧି କରିବ । ଏହା ପର୍ୟ୍ୟଟନ କ୍ଷେତ୍ରରେ ଉନ୍ନତି ଆସିବ । ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି ହେବ । ଏହା ବାଣିଜ୍ୟ ଓ ବ୍ୟବସାୟକୁ ପ୍ରୋତ୍ସାହିତ କରିବ ।ସକାଳ ୭ଟା ୧୫ରେ ବିମାନ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ । ଉତ୍କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବ । ଏହାକୁ ଚଳାଇବ ଇଣ୍ଡିଆ ୱାନ୍ । ଟିକେଟର ଦାମ୍ ୯୯୯ ଟଙ୍କା ରହିଛି ।
Powered by Froala Editor