ଖାଉଥିବାବେଳେ ଓକିଲଙ୍କୁ ଗୁଳି କରି ହତ୍ୟା

ଉତ୍ତରପ୍ରଦେଶର ଗାଜିଆବାଦରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଓକିଲଙ୍କୁ ତାଙ୍କ ଚାମ୍ବର ଭିତରେ ଗୁଳି କରି ହତ୍ୟା କରାଯାଇଛି। ମୃତ ଓକିଲଙ୍କ ନାଁ ମନୋଜ ଚୌଧୁରୀ।
ଆଜି ଅପରାହ୍ନ ପ୍ରାୟ ୨ଟା ୧୫ ବେଳେ ମନୋଜ ଚୌଧୁରୀ ତାଙ୍କ ଚାମ୍ବରରେ ଖାଉଥିଲେ। ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଚାମ୍ବର ଭିତରକୁ ପଶି ତାଙ୍କୁ ଗୁଳି କରି ଦୌଡ଼ି ପଳାଇ ଥିଲେ। ଏହି ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ସିହାନୀ ଗେଟ୍ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ତେବେ ଏପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନାହିଁ। ଫରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛନ୍ତି।
Powered by Froala Editor