ଡାକ୍ତର ଚକିତ, ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ପରଜୀବୀ

ଅଷ୍ଟ୍ରେଲିଆର ଜଣେ ୬୪ ବର୍ଷୀୟ ମହିଳାଙ୍କ ମସ୍ତିଷ୍କରୁ ୮ ସେମି ଲମ୍ୱା ପରଜୀବୀ ରାଉଣ୍ଡୱାର୍ମ ବାହାରିଛି । ଅଷ୍ଟ୍ରେଲିଆର କାନବେରା ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁସାରେ ସମ୍ଭବତଃ ଦେଶରେ ଏହିପରି ମାମଲା ପ୍ରଥମ । ମହିଳାଙ୍କ ମସ୍ତିଷ୍କ ଭିତରେ ୮ ସେମି ଲମ୍ୱା ପରଜୀବୀ ଦେଖି ସମସ୍ତେ ଚକିତ ହୋଇଥିଲେ ।
ହିଳାଙ୍କୁ ଜ୍ୱର, ଥଣ୍ଡା ଏବଂ ଲଗାତାର ଶୁଖଲା କାଶ ହେଉଥିଲା । ଏହାସହ ତିନି ସପ୍ତାହ ଯାଏ ପେଟ ଯନ୍ତ୍ରଣା ପରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏସିରେ ମଧ୍ୟ ମହିଳାଙ୍କ ଝାଳ ବାହାରୁଥିଲା । ଆସନ୍ତା କିଛି ମାସ ଯାଏ ମଧ୍ୟ ମହିଳାଙ୍କ ଲକ୍ଷଣରେ କୌଣସ ପରିବର୍ତ୍ତନ ଆସିନଥିଲା । ବରଂ ସେ ଅଧିକ ଭୁଲିବା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ କାନବେରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମସ୍ତିଷ୍କର ଏମଆଇଆର ସ୍କାନ କରାଯିବା ପରେ ମସ୍ତିଷ୍କରୁ ରାଉଣ୍ଡୱାର୍ମ ପରଜୀବୀ ଦେଖିଥିଲେ । କାନବେରା ହସ୍ପିଟାଲରେ ନ୍ୟୁରୋ ସର୍ଜନ ଡାକ୍ତର ହରୀ ପ୍ରିୟା ବନ୍ଦୀ ମହିଳାଙ୍କ ସର୍ଜରୀ କରି ରାଉଣ୍ଡୱାର୍ମକୁ ବାହାର କରିଥିଲେ ।
ଏହି ପରଜୀବୀ ସାଧାରଣତଃ ଅଜଗର ଶରୀରରେ ଦେଖିବାକୁ ମିଳିଥାଏ । ମହିଳାଙ୍କ ମୁଣ୍ଡରେ ଏହାକୁ ଦେଖି ଡାକ୍ତର ମଧ୍ୟ ଚକିତ ହୋଇଥିଲେ ।
Powered by Froala Editor