ଇମ୍ରାନ ଖାନଙ୍କୁ ଜାମିନ୍
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଗଷ୍ଟ ୬ ତାରିଖରେ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣା ଯାଇଥିଲା। ତାଙ୍କୁ ମଙ୍ଗଳବାର ଜାମିନ୍ ପ୍ରଦାନ କରାଯାଇଛି। ଇସଲାମାବାଦ ହାଇକୋର୍ଟ ସେସନ୍ କୋର୍ଟଙ୍କ ରାୟକୁ ସ୍ଥଗିତ ରଖି ମଙ୍ଗଳବାର ଦିନ ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଜାମିନ୍ ପ୍ରଦାନ କରିଛନ୍ତି। ସେସନ୍ କୋର୍ଟ ତାଙ୍କ ରାୟରେ ଇମ୍ରାନଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋମବାର ଇମ୍ରାନ ଖାନଙ୍କ ଆବେଦନକୁ ନେଇ ହାଇକୋର୍ଟ ରାୟ ସଂରକ୍ଷିତ ରଖିବା ପରେ ଏବେ ତାଙ୍କୁ ଜାମିନ୍ ମିଳିଛି।
ପ୍ରଧାନ ବିଚାରପତି ଆମାର ଫାରୁକ୍ ଏବଂ ଜଷ୍ଟିସ୍ ତାରିକ୍ ମେହମୁଦ ଜାହାଙ୍ଗିରିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଇସଲାମାବାଦ ହାଇକୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି। ପୂର୍ବରୁ ସେସନ୍ କୋର୍ଟ ଇମ୍ରାନଙ୍କୁ ୫ ବର୍ଷ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାପାଇଁ ବାରଣ କରିଛନ୍ତି। କୋର୍ଟ ମଧ୍ୟ ଇମ୍ରାନଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।
Powered by Froala Editor