ହାତୀ ଉତ୍ପାତ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆଜି ପୁଣି ଉତ୍ପାତ ମଚାଇଛି। ବାଇଗଣ ବଗିଚାକୁ ଚାଷୀ ଦମ୍ପତି ଯାଇଥିବା ବେଳେ ହାତୀ ଆକ୍ରମଣରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମର ଛବିଳ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ସୁଲୋଚନା ବିଶ୍ୱାଳ ଆଜି ସକାଳେ ଗାଁ ନିକଟରେ ଥିବା ବାଇଗଣ ବଗିଚାକୁ କାମ କରିବାକୁ ଯାଇଥିଲେ। ତେବେ ସେଠାରେ ପୂର୍ବରୁ ଥିବା ଏକ ଦନ୍ତା ସ୍ୱାମୀ ଓ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଏଥିରେ ସ୍ତ୍ରୀ ସୁଲୋଚନାଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ଅବସ୍ଥାରେ ସ୍ବାମୀ ଛବିଳଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏନେଇ ଉତ୍ତେଜନା ପ୍ରକାଶ ପାଇଛି। ସେଠାରେ ବନ ବିଭାଗର କର୍ମଚାରୀ କିମ୍ବା ବନ୍ତଳା ପୁଲିସ ପହଞ୍ଚିନଥିବା ଜଣାପଡିଛି।
Powered by Froala Editor