ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ଗଣବଳାତ୍କାର

ଗାଜିଆବାଦର ଏକ ଆପାର୍ଟମେଣ୍ଟ ବେସମେଣ୍ଟରେ ଜଣେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ଗଣ ବଳାତ୍କାର କରାଯାଇଛି । ଏହାପରେ ପୀଡିତା ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ପୁଲିସ୍ ସିକ୍ୟୁରିଟି ସୁପରଭାଇଜର ଅଜୟକୁ ଗିରଫ କରିଛି।
ପୀଡ଼ିତାଙ୍କ ଘର ଝାରଖଣ୍ଡରେ। ସେ ଏଠାରେ ତାଙ୍କ ସମ୍ପର୍କୀୟ ମାଉସୀଙ୍କ ଘରେ ରୁହନ୍ତି। ନିକଟରେ ସେ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିବା ଆରମ୍ଭ କରିଥିଲେ। ତେବେ ରବିବାର ଅଜୟ ଓ ତା’ର ୩ ସାଙ୍ଗ ମହିଳା ସିକ୍ୟୁରିଟି ଗାର୍ଡଙ୍କ ପାଖରେ ପହଞ୍ଚିଥିଲେ। ସେ କିଛି ବୁଝିବା ଆଗରୁ ୪ ଜଣ ଯାକ ତାଙ୍କୁ ବେସମେଣ୍ଟକୁ ନେଇ ଦୁଷ୍କର୍ମ କରି ଚାଲିଥିଲେ।
ଘଟଣା ପରେ ଅଭିଯୁକ୍ତମାନେ ସେଠାରୁ ଖସି ଚାଲି ଯାଇଥିଲେ। ତେବେ ଏପରି ଏକ ଭୟଙ୍କର ଘଟଣାରେ ମର୍ମାହତ ହୋଇଥିବା ପୀଡ଼ିତା ଜଣଙ୍କ ବିଷ ପିଇ ଦେଇଥିଲା। ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ପୁଲିସ୍ ଖୋଜିବାରେ ଲାଗିଛି।
Powered by Froala Editor