ଖେଳୁଥିବା ବେଳେ ପଡ଼ିଗଲା ଭଙ୍ଗା କାନ୍ଥ, ନାବାଳକ ମୃତ
କରଞ୍ଜିଆ: ଏକ ପରିତ୍ୟକ୍ତ ଭଙ୍ଗା ଘର ଭିତରେ ଖେଳୁଥିବା ବେଳେ ଭଙ୍ଗା କାନ୍ଥଟି ପଡ଼ିଯିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଚିତ୍ରପୋଷି ପଞ୍ଚାୟତ ମୁର୍ଗାପାଟ ଗାଁରୁ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ସୋମବାର ଦିନ ଘର ନିକଟରେ ଥିବା ଏକ ଭଙ୍ଗାଘର ଭିତରେ ନାଣ୍ଡୁ ବାନରାଙ୍କ ୧୦ ବର୍ଷର ନାବାଳକ ପୁଅ ତୁରାମ ବାନରା ଏବଂ ୩ ଜଣ ସାଙ୍ଗ ଖେଳୁଥିଲେ । ଏହି ସମୟରେ ହଠାତ୍ କାନ୍ଥଟି ଭାଙ୍ଗି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ନାବାଳକର ମୃତ୍ୟୁ ହୋଇଯାଇଥିଲା । ସେପଟେ ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି ଜଣାପଡିଛି ।
Powered by Froala Editor