୧୫ ଜିଲ୍ଲାରେ କାଳବେଶାଖୀ ଜନିତ ବର୍ଷା ସମ୍ଭାବନା
ଭୁବନେଶ୍ବର :ଆସନ୍ତା ୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ଏହାପରେ ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ପ୍ରଭାବିତ ହେବ ଉତ୍ତର-ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା।
ଅନ୍ୟପଟେ ଶନିବାର ପାଇଁ ରାଜ୍ୟର ୨୨ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଅପରାହ୍ନ ସୁଦ୍ଧା ଉପକୂଳ, ଆଭ୍ୟନ୍ତରୀଣ, ଉତ୍ତର, ଦକ୍ଷିଣ ଓ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛ ଏବଂ ୧୫ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହଥିବା ରହିଛି ବୋଲି ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Powered by Froala Editor