ଇସ୍ରୋର ବୈଜ୍ଞାନିକଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚନ୍ଦ୍ରଯାନ-୩ ଅଭିଯାନ ସହିତ ଜଡିତ ପ୍ରତ୍ୟେକ ବୈଜ୍ଞାନିକଙ୍କୁ ମଧ୍ୟ ରାଷ୍ଟ୍ରପତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆଜି ଆମ ଦେଶର ବୈଜ୍ଞାନିକମାନେ ନା କେବଳ ଇତିହାସ ସୃଷ୍ଟି କରିଛନ୍ତି ବରଂ ଭୂଗୋଳ ସମ୍ବନ୍ଧୀୟ ଧାରଣାକୁ ବଦଳାଇ ଦେଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।
ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ପରେ ଚନ୍ଦ୍ରଯାନ ସିରିଜ ଫଟୋ ପଠାଇଛି। ଇସ୍ରୋର କଣ୍ଟ୍ରୋଲରୁମ ସହିତ ଲ୍ୟାଣ୍ଡର ବିକ୍ରମର ଯୋଗାଯୋଗ ସ୍ଥାପନ ହେବା ପରେ ଏହି ଫଟୋ ପଠାଇଛି ଲ୍ୟାଣ୍ଡର ବିକ୍ରମ। ଇସ୍ରୋ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଚନ୍ଦ୍ରରେ ଅବତରଣ କରିବା ପରେ ଲ୍ୟାଣ୍ଡର ମଡ୍ୟୁଲରେ ଥିବା ହରିଜେଣ୍ଟାଲ ଭେଲୋସିଟି କ୍ୟାମେରା ଚନ୍ଦ୍ରର ଫଟୋ ନେଇଛି। ଓହ୍ଲାଇବା ବେଳେ ଏବଂ ଓହ୍ଲାଇବା ପରର ମଧ୍ୟ ଫଟୋ ନେଇଛି ବିକ୍ରମ। ଏକ ସମତଳ ସ୍ଥାନରେ ଚନ୍ଦ୍ରଯାନ ଛିଡ଼ା ହୋଇଥିବା ଏହି ଫଟୋରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି । ଏଥିରେ ଲ୍ୟାଣ୍ଡର ମଡ୍ୟୁଲର ଛାଇ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ଏହି ଫଟୋକୁ ଚନ୍ଦ୍ରଯାନ ବେଙ୍ଗାଳୁରୁରେ ଥିବା କଣ୍ଟ୍ରୋଲ ରୁମ୍ ମକ୍ସ ଇଷ୍ଟ୍ରାକକୁ ପଠାଇଛି। ଇସ୍ରୋ ଟ୍ବିଟ କରି ଏହି ଫଟୋକୁ ସେୟାର କରିଛି । ଯେଉଁଥିରେ ଚନ୍ଦ୍ରପୃଷ୍ଠର ପଥୁରିଆ ତଥା ସମତଳ ଭୂଇଁର ଚିତ୍ର ଦେଖିବାକୁ ମିଳିଛି। ବିକ୍ରମ ସୁରକ୍ଷିତ ଭାବେ ଚନ୍ଦ୍ରରେ ପହଞ୍ଚିବା ପରେ ପ୍ରଜ୍ଞା ବାହାରକୁ ବାହାରି ଚନ୍ଦ୍ରରେ ବିଚରଣ କରିଛି ।ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ୧୪ ଦିନ ପର୍ୟ୍ୟନ୍ତ ନିରୀକ୍ଷଣ କରିବ ।
Powered by Froala Editor