ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ :5ଜଣ ପାଇଲେ ଫଟୋ ବନ୍ଧୁ ସମ୍ମାନ

ଭୁବନେଶ୍ୱର ଜୟଦେବ ଭବନରେ ନବୀନ ସୁତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମାଜସେବୀ ବନ୍ଦନା ଶ୍ରୀଚନ୍ଦନ ଆୟୋଜକ ନବୀନ ସୁତ୍ରଧର ଟ୍ରଷ୍ଟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ 5ଜଣ ବ୍ୟକ୍ତି ବିଶେଷ ଯଥା ଶ୍ରୀଯୁକ୍ତ ସୂର୍ଯ୍ୟ ମହାନ୍ତି, ଯୁଗ୍ମ ନିର୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ, ସମାଜସେବୀ ମାନସ ବସ୍ତିଆ, ଅଭିଳାଷ ପଣ୍ଡା, ରାଜ୍ୟସଭାପତି ଭାରତୀୟ ଜନତା ଯୁବ ମୋର୍ଚା, ଶୟଦ ୟାଶିର ନୱାଜ, ରାଜ୍ୟ ସଭାପତି ଛାତ୍ର କଂଗ୍ରେସ ଓ ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ପାର୍ଥ ସାରଥୀ ମୁଦୁଲି ପ୍ରମୁଖଙ୍କୁ ଫଟୋ ବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଛି.ଗ୍ରାମ୍ୟ ଜୀବନ, ପ୍ରକୃତି ଓ ବନ୍ୟା ପ୍ରାଣୀ, ଭାବଭଙ୍ଗି ଉପରେ ଆଧାରିତ ହୋଇଥିବା ଏହି ଫଟୋ ପ୍ରଦର୍ଶନୀରେ
ସାରା ରାଜ୍ୟ ୮୦ ଜଣ ପ୍ରତିଯୋଗୀଙ୍କର ୨୫୩ଟି ଫଟୋ ପ୍ରଦର୍ଶିତ ହୋଇଥିଲା । ଉଚ୍ଚକୋଟିର ଫଟୋ ପାଇଁ ଶ୍ରେଷ୍ଠ ୩ ଜଣ ଫଟୋଗ୍ରାଫର ଅଜିତ ପାଢ଼ୀ, ବୈଦ୍ୟନାଥ ନାୟକ ଓ ସତ୍ୟଜିତ ଦାସଙ୍କୁ ସମ୍ମାନୀତ କରାଯାଇଛି ଏଥି ସହିତ ତିନିଜଣ ଫଟୋଗ୍ରାଫର
ସନ୍ଦୀପ ପ୍ରିୟଦର୍ଶୀ, କଳ୍ପନା ରଥ ଓ ଆଶୁତୋଷ ପାଢ଼ୀଙ୍କୁ ଦୃଷ୍ଟି ଆକର୍ଷଣକାରୀ ଫଟୋ ପାଇଁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ନୂଆ ଫଟୋଗ୍ରାଫରମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ପ୍ରୟାସ କରାଯାଇଥିବା ନବୀନ ସୁତ୍ରଧର ଟ୍ରଷ୍ଟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ କହିଛନ୍ତି।
Powered by Froala Editor