୧୨ ଦଫା ଦାବି ନେଇ ଭୂବନ ବନ୍ଦ

ଭୂବନ: ଆଜି ୧୨ଘଣ୍ଟିଆ ଭୂବନ ବନ୍ଦ । ୧୨ ଦଫା ଦାବି ନେଇ ଭୂବନ ବିଜେପି ଦଳ ତରଫରୁ ବିଜେପି ନେତା ଶତୃଘ୍ନ ଜେନାଙ୍କ ନେତୃତ୍ବରେ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏଁ ଏହି ବନ୍ଦ ପାଳନ କରାଯିବା ନେଇ ଡାକରା ଦିଆଯାଇଛି । ଯାହା ଫଳରେ ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ଭୁବନରେ ଦେଖିବାକୁ ମିଳିଛି ।
ସହରକୁ ପ୍ରବେଶ କରୁଥିବା ରାସ୍ତା ଉପରେ ବିଜେପି ଦଳର କର୍ମି ମାନେ ବସି ରହିବା ସାଙ୍ଗକୁ ବନ୍ଦ କରିଛନ୍ତି । ଗାଡିମଟର,ଦୋକାନ ବଜାର,ସରକାରି ଅଫିସ ସବୁ ବନ୍ଦ ରହିଛି । ମୁଖ୍ୟତ ଭୁବନ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଶିତଳ ଭଣ୍ଡାର ନିର୍ମାଣ, ସହର ମଧ୍ୟରେ ରାସ୍ତା ଓ ଆଲୋକୀକରଣ, ପାନୀୟ ଜଳର ବ୍ୟବସ୍ଥା, ଆବାସ ଯୋଜନାରେ ଦୂର୍ନୀତି, ବାରମ୍ବାର ବିଦ୍ୟୁତ କାଟ, ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ, କଲ୍ୟାଣ ମଣ୍ଡପ ଲୋକାର୍ପଣ ଭଳି ୧୨ଦଫା ଦାବି ନେଇ ଭୂବନ ବିଜେପି ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି ।
Powered by Froala Editor