ପୁରୀରେ ପହଞ୍ଚିଲା ରଥ ଦଉଡ଼ି
ପୁରୀ: କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ରଥ ଦଉଡ଼ି ପୁରୀରେ ପହଞ୍ଚିଛି । ୧୪ଟି ରଥ ଦଉଡ଼ି ଓ ୬ଟି କର୍ଡନ ଦଉଡ଼ି ପହଞ୍ଚିଛି । ରାଜ୍ୟ କତା ନିଗମ ପକ୍ଷରୁ ଏହି ରଥ ଦଉଡ଼ି ପ୍ରସ୍ତୁତ କରାଯାଇଛି ।
ପ୍ରକାଶ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଚଲଚଞ୍ଚଳ ରଥ ଖଳା। ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ। ଏଥିପାଇଁ ରଥଖଳା ଓ ନରେନ୍ଦ୍ର ପୋଖରି ଚତୁଃପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ ପାଇଁ ରଥଖଳା ଓ ନରେନ୍ଦ୍ର ପୋଖରି ଚତୁଃପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଥିପାଇଁ ମୋଟ୍ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ସୁରକ୍ଷା ଦୃଷ୍ଟିରୁ ରଥଖଳା ସହ ନରେନ୍ଦ୍ର ପୋଖରୀର ଚତୁଃପାର୍ଶ୍ଵରେ ପୋଲିସ ମୁତୟନ ହେବେ। ଏନେଇ ପୁରୀ ଏସପି କନୱାର୍ ବିଶାଲ ସିଂହ ସୂଚନା ଦେଇଛନ୍ତି। ତେବେ ଚନ୍ଦନ ଯାତ୍ରାଠାରୁ ନରେନ୍ଦ୍ର ପୁଷ୍କରିଣୀ ଚତୁପାର୍ଶ୍ଵ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି ରହିଛି। ସେପଟେ ରଥ ଖଳାରେ ପହଞ୍ଚିଲା ରଥ ଦଉଡି। ଆଗାମୀ ଘୋଷଯାତ୍ରା ପାଇଁ ମୋଟ୍ ୨୦ଟି ରଥ ଦଉଡି ଆସି ପୁରୀରେ ପହଞ୍ଚିଛି। ୩ ଟି ରଥର ୧୪ଟି ରଥ ଦଉଡି ଏବଂ ୬ଟି କର୍ଡନ ଦଉଡି ଆସି ପୁରୀରେ ପହଞ୍ଚିଛି।
Powered by Froala Editor