ଦିନିକିଆ ଝାରସୁଗୁଡା ଗସ୍ତରେ ୫-ଟି ସଚିବ
ଝାରସୁଗୁଡ଼ା: ଦିନିକିଆ ଝାରସୁଗୁଡା ଜିଲ୍ଲା ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ। ବ୍ରଜରାଜନଗର ସ୍ଥିତ ଚଣ୍ଡିମନ୍ଦିର ଯାଇ ମା ରାମଚଣ୍ଡୀ ଙ୍କ ଦର୍ଶନ କରିବା ପରେ ମନ୍ଦିରର ବିକାଶ ସଂପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।
ଏହାପରେ ବିଜାପାଲିଠାରେ ଏକ ଜନ ଶୁଣାଣି କାର୍ୟ୍ୟକ୍ରମ ରେ ଯୋଗଦେବେ। ଆଇତାପାଲି ଠାରେ ମଧ୍ୟ ଏକ ଜନଶୁଣାଣିରେ ଯୋଗଦେଇ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବେ। ଶେଷରେ ଝାରସୁଗୁଡା ପହଂଚି ଅମଲିପାଲି ପଡ଼ିଆରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କବେ। ୫-ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନର ସ୍ଵତନ୍ତ୍ର ଟିମ ସଜାଗ ରହିଛି।
Powered by Froala Editor