କାଙ୍କଡରେ ପର୍ଯ୍ୟାପ୍ତ ମାତ୍ରାରେ ରହିଛି ଭିଟାମିନ ସି
ବର୍ଷା ଦିନରେ କାଙ୍କଡ ମିଳିଥାଏ। ଏହି ପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହି ପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହି ପରିବାକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ। ପୋଷକ ତତ୍ତ୍ୱରେ ଭରପୁର କାଙ୍କଡ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏଥିରେ ଫାଇବର,ଭିଟାମିନ ବି ୬ ଆଦି ପର୍ଯ୍ୟାପ୍ତ ପରିମାଣରେ ରହିଛି।
କାଙ୍କଡରେ ଭିଟାମିନ ସି ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିବାରେ ସହାୟକ ହୋଇଥାଏ। ଫଳରେ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏହି ପରିବାରେ ଫାଇବର, ଭିଟାମିନ୍ ବି୬ ଆଦି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ପାଚନ ଜନିତ ସମସ୍ୟା ଦୂର ହୋଇଥାଏ। ଶରୀରରେ କୋଲେଷ୍ଟେରୋଲ୍ ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
କାଙ୍କଡରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଯାହା ତ୍ୱଚାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ବ୍ରଣ ଓ କୁଞ୍ଚନ ସମସ୍ୟାରୁ ରକ୍ଷା କରିଥାଏ।
ଯେଉଁ ମାନଙ୍କର ମଧୁମେହ ସମସ୍ୟା ରହିଛି,ସେମାନଙ୍କ ପାଇଁ କାଙ୍କଡ ବେଶ ଉପକାରୀ। ଏଥିରେ ଥିବା ଫାଇବର ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ ରଖିଥାଏ। ମଧୁମେହ ରୋଗୀ ନିଜ ଖାଦ୍ୟରେ କାଙ୍କଡ ନିଶ୍ଚୟ ସାମିଲ କରନ୍ତୁ।
କାଙ୍କଡ ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ। ଏଥିରେ ଥିବା ଫାଇବର ଅଧିକ ସମୟ ଯାଏଁ ପେଟ ଭର୍ତ୍ତି କରି ରଖିଥାଏ। ଫଳରେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ନିୟମିତ ଭାବେ କାଙ୍କଡ ସେବନ କରିବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ କର୍କଟ ରୋଗ ହେବାର ସମ୍ଭାବନାକୁ କମ୍ କରିଥାଏ।
Powered by Froala Editor