ପାକିସ୍ତାନ ଜିନ୍ଦାବାଦ୍ ନାରା ପାଇଁ ହଲ୍ରେ ହାତାହାତି

ବକ୍ସ ଅଫିସରେ ହଲଚଲ ସୃଷ୍ଟି କରିଛି ଗଦର-୨ । ଓପନିଂରୁ ହିଁ ଫିଲ୍ମ ଭଲ କଲେକ୍ସନ କରିଚାଲିଛି । ହେଲେ ଏକ ହଲ୍ରେ ପାକିସ୍ତାନ ଜିନ୍ଦାବାଦ ନାରାଜୁ ନେଇ ହାତାହାତି ପରିସ୍ଥିତି ଦେଖାଦେଇଛି । ଭିଡିଓ କେଉଁ ହଲ୍ର ଓ କେବେକାର ଘଟଣା ତାହା ସ୍ପଷ୍ଟ ହୋଇ ପାରିନି। ମାତ୍ର ତାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖିବାକୁ ମିଳିଛି ହଲ୍ରେ ‘ଗଦ୍ଦର-୨’ ଫିଲ୍ମ ଚାଲିଥିବା ବେଳେ ବହୁ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକେ ଜଣେ ବ୍ୟକ୍ତିଙ୍କୁ ନିର୍ଧୂମ ପିଟିବାରେ ଲାଗିଛନ୍ତି। କୁହାଯାଉଛି କେହି ଜଣେ ଫିଲ୍ମ ଚାଲିଥିବାବେଳେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲା । ଏହି କଥାକୁ ନେଇ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ବ୍ୟକ୍ତି ଜଣକ ମଜାକରେ ଏପରି କରିଥିବା କହିଥିଲେ । ହେଲେ ଯୁକ୍ତିତର୍କ ଏତେ ବଢିଯାଇଥିଲା ଯେ, ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ତେବେ ଏନେଇ କୌଣସି ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି।
Powered by Froala Editor