ବିଶ୍ୱ ଫଟୋଗ୍ରାଫି ଦିବସ
ପ୍ରତିବର୍ଷ ଅଗଷ୍ଟ ୧୯ କୁ ବିଷ୍ୱ ଫଟୋଗ୍ରାଫି ସଙ୍ଗଠନ ତରଫରୁ ଫଟୋଗ୍ରାଫି ଦିବସ ରୂପେ ପାଳନ କରାଯାଏ । ଫ୍ରାନ୍ସର ଲୁଇସ୍ ଡାଗୁଏରେ ଡେଗରିଓଟାଇପର୍ ଫଟୋଗ୍ରାଫି ପଦ୍ଧତିର ଉଭାବନ କରିଥିଲେ । ୧୮୩୯ ଅଗଷ୍ଟ ୧୯ରେ ଫ୍ରାନ୍ସ ସରକାର ଲୁଇସ୍ଙ୍କ ଏହି ଅବଦାନ ସଂପର୍କରେ ଦେଶବାସୀଙ୍କୁ ଜଣାଇଥିଲେ । ସେହିଦିନ ଠାରୁ ଏହି ଦିନକୁ ବିଶ୍ୱ ଫଟୋଗ୍ରାଫି ଦିବସ ରୂପେ ପାଳନ କରାଯାଏ । ଏହି ଦିବସ ଅବସରରେ ୨୦୦୯ରେ ପ୍ରଥମେ କାନ୍ସରେ ବିଶ୍ୱ ଫଟୋଗ୍ରାଫି ସଙ୍ଗଠନ ପକ୍ଷରୁ କଳାର ଯାଦୁଗରି ପ୍ରଦର୍ଶନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । ୨୦୦୯ରେ ଏହି ଦିବସ ପାଳନ ଯୋଜନା ସ୍ଥିର ପରାଯାଇଥିବା ବେଳେ ୨୦୧୦ରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା । ୨୦୧୧ରୁ ଏହା ଲଣ୍ଡନକୁ ସ୍ଥାନାନ୍ତରିତ ହୋଇ ସେବେଠାରୁ ବିଶ୍ୱସ୍ତରୀୟ ଫଟୋଗ୍ରାଫି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।
Powered by Froala Editor