ଅମାନବୀୟ : କୁକୁରକୁ ଏସିଡ୍ ଫିଙ୍ଗିଲେ ମହିଳା, ଛଟପଟ ହୋଇ ଦୌଡ଼ିଲା
ପୋଷା ବିଲେଇକୁ ହଇରାଣ କରୁଥିଲା ବୋଲି ମହିଳା ଜଣକ ଗୋଟିଏ କୁକୁରକୁ ଏସିଡ ଫିଙ୍ଗି ଦେଇଛନ୍ତି । ଏଭଳି ଅମାନବୀୟ ଘଟଣା ଘଟିଛି ମୁମ୍ବାଇର ମାଲବାନୀ ଅଞ୍ଚଳରେ। ଏସିଡ୍ ଫିଙ୍ଗିଥିବା ମହିଳାଙ୍କ ନାମ ସବିସ୍ତା ଅନସାରୀ(୩୫) । ଘଟଣା ଘଟିବା ସମୟର ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ମହିଳା ଏସିଡ୍ ଫିଙ୍ଗିବା ଓ କୁକୁରଟି ଛଟପଟ ହୋଇ ଦୌଡ଼ିବାର ଦୃଶ୍ୟ କଏଦ ହୋଇଛି। ସୂଚନା ପାଇବା ପରେ ଟିଭି ଅଭିନେତ୍ରୀ ଜୟା ଭଟ୍ଟାଚାର୍ଯ୍ୟ ତାଙ୍କ ଟିମ୍ ସହିତ କୁକୁରକୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ପୁଲିସରେ ମଧ୍ୟ ଅଭିଯୋଗ କରାଯାଇଛି।
ସବିସ୍ତା ସବୁବେଳେ ଏକ ବିଲେଇକୁ ଖାଇବାକୁ ଦିଅନ୍ତି। ହେଲେ କିଛି ଦିନ ହେବ କୁକୁର ଆସି ବିଲେଇକୁ କାମୁଡ଼ିବାକୁ ପ୍ରୟାସ କରୁଥିଲା। ଏହା ଦେଖି ସବିସ୍ତା କୁକୁରର ମାଲିକକୁ ତାଗିଦ୍ କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା। ଘଟଣା ଦିନ ମଧ୍ୟ କୁକୁର ବିଲେଇକୁ ହଇରାଣ କରୁଥିବାରୁ ଶୋଇଥିବା ବେଳେ ସବିସ୍ତା କୁକୁର ମୁହଁରେ ଏସିଡ୍ ପକାଇ ଦେଇଥିଲେ। ଏହା ଦ୍ବାରା କୁକୁରଟି ଛଟପଟ ହୋଇ ଚିତ୍କାର କରି ରାସ୍ତା ଆଡକୁ ଦୌଡ଼ିଥିଲା। ଏ ଘଟଣା ପରେ କୁକୁରଟିର ଗୋଟିଏ ଆଖି ନଷ୍ଟ ହୋଇଯାଇଛି ।
Powered by Froala Editor