ହନୁମାନ ମନ୍ଦିରରେ ଅର୍ଦ୍ଧନଗ୍ନ ଫଟୋଶୁଟ୍, ତାତିଲେ ହିନ୍ଦୁ ସଙ୍ଗଠନ
ମଧ୍ୟପ୍ରଦେଶର ସାଗର ଜିଲ୍ଲାର ପ୍ରସିଦ୍ଧ ଗଢପହରା ହନୁମାନ ମନ୍ଦିରରେ ଜଣେ ମଡେଲ ରେଶମୀ ନାୟର କିଛି ଦିନ ପୂର୍ବେ ଅଶ୍ଳୀଳ ଫଟୋଶୁଟ କରାଇଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି । କିଏ ଏଭଳି ଫଟୋଶୁଟ୍ ପାଇଁ ଅନୁମତି ଦେଲା ବୋଲି ହିନ୍ଦୁ ସଙ୍ଗଠନମାନେ ଅଭିଯୋଗ ଜଣାଇଛନ୍ତି।
କିଛି ଦିନ ପୂର୍ବେ ମଡେଲ ରେଶମୀ ନାୟର ଗଡପହରାରେ ପହଞ୍ଚିଥିଲେ। ସେଠାରେ ଥିବା ରଙ୍ଗମହଲରେ ସେ ଅର୍ଦ୍ଧନଗ୍ନ ଫଟୋଶୁଟ କରାଇଥିଲେ। ଶିବସେନା ପକ୍ଷରୁ ମଧ୍ୟପ୍ରଦେଶର ଆଡିସନାଲ ଏସ୍ପିଙ୍କୁ ଏନେଇ ଅଭିଯୋଗପତ୍ର ହସ୍ତାନ୍ତର କରାଯାଇଛି। ଏଥିସହ ରେଶମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଅପିଲ୍ କରାଯାଇଛି।
ଏହି ଘଟଣାରେ ତୁରନ୍ତ ରେଶମୀଙ୍କ ସମେତ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରା ନ ଗଲେ ଖୁବ୍ଶୀଘ୍ର ବୁନ୍ଦେଲଖଣ୍ଡ ସମେତ ସାଗର ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶିବସେନା ପକ୍ଷରୁ କୁହାଯାଇଛି।
Powered by Froala Editor