ସାମାନ୍ୟ କଥାରୁ ଝଗଡ଼ା : ଯୁବକଙ୍କ ଉପରେ ମାଡିଗଲା ଟ୍ରେନ୍
ଅଜାଣତରେ ଘଟିଥିବା ଭୁଲ ପାଇଁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ମୁମ୍ବାଇରେ ଘଟିଛି ଏଭଳି ଘଟଣା। ଏହି ହତ୍ୟାକାଣ୍ଡ ଅଭିଯୋଗରେ ପୁଲିସ ଶୀତଲ ମାନେ (୩୦) ଓ ଅବିନାଶ ମାନେ(୩୫)ଙ୍କୁ ଗିରଫ କରିଛି। ମୃତକଜଣକ ଦିନେଶ ରାଠୋର ବୋଲି ଚିହ୍ନଟ କରାଯାଇଛି। ସେ ବ୍ରିହାନମୁମ୍ବାଇ ଇଲେକ୍ଟ୍ରିକ ସପ୍ଲାଏ ଓ ଟ୍ରାନ୍ସପୋର୍ଟ(ବେଷ୍ଟ)ର କର୍ମଚାରୀ।
ରବିବାର କୌଣସି ଏକ ସ୍ଥାନକୁ ଯିବା ପାଇଁ ଦୀନେଶ ପ୍ଲାଟଫର୍ମ ନମ୍ବର ୧ରେ ଛିଡ଼ା ହୋଇଥିଲେ। ରାତି ପ୍ରାୟ ୯.୧୫ରେ ପ୍ଲାଟଫର୍ମରେ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଯୋଗୁ ୩୦ ବର୍ଷୀୟ ଶୀତଲ ମୀନା ନାମକ ଜଣେ ମହିଳାଙ୍କ ସହ ସେ ମାଡ଼ ହୋଇଯାଇଥିଲେ।
ବାସ୍ ଏହାକୁ ନେଇ ପ୍ରଥମେ ଶୀତଲ ତାଙ୍କୁ ଛତାରେ ପିଟିଥିଲେ। ଏହାପରେ ତାଙ୍କ ସ୍ୱାମୀ ଅଭିନାଶ(୩୫) ମଧ୍ୟ ଦୀନେଶକୁ ମାଡ଼ ମାରିଥିଲେ। ଦୀନେଶ ପ୍ଲାଟଫର୍ମ ଧାରରେ ଛିଡ଼ା ହୋଇଥିବା ବେଳେ ହଠାତ ଅବିନାଶ ତାଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ମାରିଥିଲେ। ଫଳରେ ସେ ସିଧା ଟ୍ରାକ୍କୁ ଖସି ପଡ଼ିଥିଲେ। ଏହି ସମୟରେ ସେହି ରେଳ ଧାରଣା ଦେଇ ଯାଉଥିବା ଏକ ଟ୍ରେନ ଦିନେଶଙ୍କ ଉପରେ ଚଢ଼ିଯାଇଥିଲା। ଏହା ଫଳରେ ଘଟଣାସ୍ଥଳରେ ଦିନେଶଙ୍କର ମୃତ୍ୟୁ ହୋଇଥିଲା।
ପ୍ରଥମେ ଦାଦର ଜିଆରପି ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଭାବିଥିବା ବେଳେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବାରୁ ଅବିନାଶ ଧକ୍କା ଦେବା ପରେ ଦିନେଶଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ ଜିଆରପି ପୁଲିସ୍ ଶୀତଲ ଓ ତାଙ୍କ ସ୍ୱାମୀ ଅବିନାଶଙ୍କୁ ଗିରଫ କରିଛି।
Powered by Froala Editor