ରେକର୍ଡ: ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ୨୯୦
ନୂଆଦିଲ୍ଲୀ: ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି। ଏକ ଲିଟର ପେଟ୍ରୋଲ୍ ଦାମ୍ ୨୯୦.୪୫ ପାକିସ୍ତାନୀ ଟଙ୍କା ହୋଇଛି। ହାଇସ୍ପିଡ୍ ଡିଜେଲ୍ ଦାମ୍ ୨୯୩.୪୦ ପାକିସ୍ତାନୀ ଟଙ୍କା ହୋଇଛି। ଗତ ୧୫ ଦିନରେ ପାକିସ୍ତାନରେ ପେଟ୍ରୋଲ୍ ୪୦ ପାକିସ୍ତାନୀ ଟଙ୍କା ମହଙ୍ଗା ହୋଇଛି। କାମଚଳା ପ୍ରଧାନମନ୍ତ୍ରୀ ଅନୱରୁଲ ହକ୍ କାକର ଶାସନ ଭାର ଗ୍ରହଣ କରିବା ୪୮ ଘଣ୍ଟା ଭିତରେ ପେଟ୍ରୋଲ୍ ଦାମ୍ ବଢ଼ିଛି।
ନିକଟରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପାକିସ୍ତାନକୁ ଆବଶ୍ୟକ ପାଣ୍ଠି ପ୍ରଦାନ କରିଥିଲା। ଏହା ସତ୍ତ୍ବେ ସେଠାକାର ଅର୍ଥନୀତିରେ କୌଣସି ସୁଧାର ହେଉନାହିଁ। ରାଜନୈତିକ ଅନିଶ୍ଚିତତା ଲାଗିରହିଥିବାରୁ ଅର୍ଥନୀତିରେ ଆଶାନୁରୂପ ସୁଧାର ସମ୍ଭବ ହେଉନି।
Powered by Froala Editor