ବାପାର ଟାଙ୍ଗିଆ ଚୋଟରେ ଗଲା ପୁଅ ଜୀବନ
କୋଇଡ଼ା: ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମର ସୁଶାନ୍ତ ନାଏକଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, କମଣ୍ଡ ଗ୍ରାମର ଗୋପୀନାଥ ନାଏକଙ୍କ ପରିବାର କମଣ୍ଡ ଗ୍ରାମରେ ରୁହନ୍ତି । ପଡୋଶୀଙ୍କ କହିବା ଅନୁସାରେ ଗୋପୀନାଥ ନାଏକଙ୍କ ପୁଅ ସୁଶାନ୍ତ ସବୁବେଳେ ଘରେ ମାରପିଟ୍ କରୁଥିଲେ । ଏନେଇ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା । ବୁଧବାର ରାତିରେ ମଧ୍ୟ ସୁଶାନ୍ତ ପରିବାର ଲୋକଙ୍କୁ ମାରଧର କରିଥିଲା ଓ। ଏଥିରେ ଉତକ୍ଷିପ୍ତ ହୋଇ ବାପା ଗୋପୀନାଥ ନାଏକଙ୍କୁ ଏକ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ସୁଶାନ୍ତକୁ ଗୁରୁତର ଅବସ୍ଥାରେ ପ୍ରଥମେ କୋଇଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଆଜି ସୁଶାନ୍ତଙ୍କର ମୃତ୍ୟୁ ଘଟିଛି ।
Powered by Froala Editor