ଡିଭାଇଡ଼ର ଉପରକୁ ଚଢିଗଲା ବସ୍, ୧୦ ଯାତ୍ରୀ ଆହତ
ଯାଜପୁର : ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତ। ଫଳରେ ୧୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଚୂଡ଼ାଖିଆ-ସରୋଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।ସୂଚନା ମୁତାବକ, ୧୬ ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଏକ ହାଇୱାକୁ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡ଼ର ଉପରକୁ ଚଢି ଯାଇଥିଲା। ବସଟି ଭୁବନେଶ୍ଵରରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଧର୍ମଶାଳା ଓ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
Powered by Froala Editor