ଚନ୍ଦ୍ରରେ ତିଆରି କରାଯାଇଛି ଏହି ବୈଜ୍ଞାନିକଙ୍କ କବର

ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ହେଉଛନ୍ତି ମହକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ୍। ନିଲ୍ ଆର୍ମଷ୍ଟ୍ରଙ୍ଗଙ୍କ ପରେ ଅନ୍ୟ ଅନ୍ତରୀକ୍ଷ ଯାତ୍ରୀ ବି ଚନ୍ଦ୍ର ଅଭିଯାନରୁ ଜୀବନ୍ତ ଅବସ୍ଥାରେ ଫେରି ଆସିଥିଲେ ।
ହେଲେ ଜାଣିଛନ୍ତି କି ବିଶ୍ୱରେ ଏପରି ଜଣେ ବ୍ୟକ୍ତି ରହିଛନ୍ତି ଯାହାଙ୍କ କବର ଚନ୍ଦ୍ର ପୃଷ୍ଠରେ ନିର୍ମିତ ହୋଇଛି । ଏହି ବ୍ୟକ୍ତିଙ୍କ ନାଁ ହେଉଛି ୟୁଜିନ୍ ମର୍ଲେ ଶୋମେକର୍ । ୟୁଜିନ୍ ମର୍ଲେ ଶୋମେକର୍ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ବୈଜ୍ଞାନିକ ଥିଲେ । ସେ ୟୁଟା ଏବଂ କଲୋରଡୋ ଅଞ୍ଚଳରେ ୟୁରାନିୟମ ଆବିଷ୍କାର କରିଥିଲେ । ଏହା ତାଙ୍କର ପ୍ରଥମ ଅଭିଯାନ ଥିଲା। ବୈଜ୍ଞାନିକ ଶୋମେକର୍ ଙ୍କୁ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ମଧ୍ୟ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରିଥିଲେ ।
ତେବେ ୟୁଜିନ୍ ମର୍ଲେ ଶୋମେକର୍ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କ ସମ୍ନାନର୍ଥେ ଆମେରିକୀୟ ମହକାଶ ଗବେଷଣା ସଂସ୍ଥା ନାସା ସହଯୋଗରେ ତାଙ୍କ କବର ଚନ୍ଦ୍ର ପୃଷ୍ଠରେ ତିଆରି କରାଯାଇଥିଲା ।
Powered by Froala Editor