ସିଂହଦେଓ ପରିବାର ବିବାଦ : ନିଜ ଜିନିଷ ନେବାକୁ ଆସିଲେ ଅଦ୍ରିଜା
ସିଂହଦେଓ ପରିବାରର କଳହ ଦିନକୁ ଦିନ ବଢିବାରେ ଲାଗୁଛି । ସାନ ବୋହୂ ଅଦ୍ରିଜା ଶ୍ୱଶୁର ଘର ଲୋକଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏ ବିବାଦର ସମାଧାନ ହୋଇପାରୁନଥିବାବେଳେ ଅଦ୍ରିଜା ତାଙ୍କ ଜିନିଷପତ୍ର ନେବାକୁ ଶ୍ୱଶୁର ଘରେ ପହଞ୍ଚିଛନ୍ତି ।
ସୂଚନା ଅନୁସାରେ,ଗତ ଡିସେମ୍ବର ମାସରେ ସ୍ଵାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ନାଁରେ ଅଦ୍ରିଜା ଡେରାଡୁନ ଥାନାରେ ନିର୍ଯାତନା ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ମାମଲା ରୁଜୁ ନକରିବାରୁ ମେ ମାସରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଡେରାଡୁନ୍ ପୋଲିସ ଅର୍କେଶ ସିଂହଦେଓ ଏବଂ ତାଙ୍କର ଦୁଇ ଜଣ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ।
ଇତି ମଧ୍ୟରେ ଅଦ୍ରିଜା ନିଜ ବ୍ୟବହାର ସାମଗ୍ରୀ ନେବାକୁ ବଲାଙ୍ଗୀର ଆସିଥିଲେ । ହେଲେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଟାଉନ ଥାନା ଯାଇ ସୁରକ୍ଷା ମାଗିଥିଲେ। ହେଲେ ପୁଲିସ ଡେରାଡୁନ ପୁଲିସର ବିନା ଅବଗତିରେ ସୁରକ୍ଷା ଦେଇ ହେବ ନାହିଁ ବୋଲି କହିଥିଲେ ପୋଲିସ । ତେଣୁ ପୁଲିସକୁ ଜଣାଇ ଆଦ୍ରିଜା ପ୍ୟାଲେସକୁ ଯାଇଥିଲେ । ମାତ୍ର ସେଠି ତାଲା ପଡିଥିବାରୁ ସେ ଫେରିଆସିଥିଲେ।
Powered by Froala Editor