ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଭୁବନେଶ୍ୱର: ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ବିଜୁ ପଟ୍ଟନାୟକଙ୍କ ପୁତୁରା, ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଭାଇ ଦିଲ୍ଲୀପ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ନିଜକୁ ସାମିଲ କରିବା ପାଇଁ ଦରଖାସ୍ତ ଦେଇଛନ୍ତି ।
ଏଥିରେ ସେ ନିଜକୁ ଜଣେ ଅସହାୟ ବୃଦ୍ଧ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି । ଦିଲ୍ଲୀପଙ୍କ ବୟସ ଏବେ ୭୬ ବର୍ଷ । ସେ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି । ନିକଟରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଦିଲ୍ଲୀପଙ୍କୁ ଭେଟି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବିଭିନ୍ନ ସଂଗଠନର ସଦସ୍ୟମାନେ ଦିଲ୍ଲୀପକୁ ଭେଟି ସମବେଦନା ଜଣାଇଥିଲେ ।
Powered by Froala Editor