ହାଇୱ। ଧକ୍କାରେ ଜଣେ ମୃତ

ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ବଜାର ପଶ୍ଚିମ ପଟେ ରାତି ବାରଟା ସମୟରେ ହାଇୱ। ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ଫତେଗଡ଼-ଖଣ୍ଡପଡ଼ାକୁ ସଂଯୋଗ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଭାପୁର ଫାଣ୍ଡି ଅଧିକାରୀ ଏମଡି ଜାଫରୁଲ୍ଲା ଫତେଗଡ଼ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ଦେଖାଯାଇଛି।
ଘଟଣାରୁ ପ୍ରକାଶ ଫତେଗଡ଼ ପଞ୍ଚାୟତ ଅନ୍ତର୍ଗତ ପିଠାଖାଇ ଗ୍ରାମର ଗାଡ଼ି ଚାଳକ ବିଜୟ ଲେଙ୍କା (୩୯) ସାଇ ପୁନମ ଟ୍ରାନ୍ସପୋର୍ଟର ହାଇୱ। ଗାଡ଼ି ଚଳାନ୍ତି। ଭାପୁର ବଜାର ମୁଣ୍ଡରେ ପିଠାଖାଇ ଗ୍ରାମର ଚୈତନ୍ୟ ଲେଙ୍କାଙ୍କ ପୁଅ ବାଞ୍ଛାନିଧି ଲେଙ୍କା (୩୪) ସେହି ହାଇୱ। ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଗାଡ଼ି ଚାଳକ ମୃତକ ବାଞ୍ଛାନିଧି ଲେଙ୍କାଙ୍କ ସମ୍ପର୍କୀୟ ଅଟନ୍ତି। ଗାଡ଼ି ଚାଳକ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଗାଡ଼ି ନେଇ ଫତେଗଡ଼ ଥାନାରେ ଆତ୍ମସମର୍ପଣ କରିଥିଲେ। ପିଠାଖାଇ ଗ୍ରାମର ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ଭାପୁର ବଜାର ମଧ୍ୟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।
Powered by Froala Editor