ଥିଏଟର କର୍ମଚାରୀଙ୍କ ମାମଲାରେ ଜୟାପ୍ରଦାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ

ଏକ ସିନେମା ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାୟର ପିଟିସନ ମାମଲାରେ ଜୟାପ୍ରଦାଙ୍କୁ ଚେନ୍ନାଇ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କୁ ୫,୦୦୦ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଚେନ୍ନାଇର ରାଇପେଟାଠାରେ ତାଙ୍କ ମାଲିକାନାରେ ଥିବା ସିନେମା ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାୟର ପିଟିସନ ମାମଲାରେ ଏହି ଦଣ୍ଡାଦେଶ ହୋଇଛି ।
ଚେନ୍ନାଇର ରାମ କୁମାର ଓ ରାଜା ବାବୁ ଏହି ସିନେମା ହଲ୍ ଚଳାଉଛନ୍ତି। ଥିଏଟର କର୍ମଚାରୀଙ୍କ ଇଏସଆଇ ପୈଠ କରିବାରେ ମ୍ୟାନେଜମେଣ୍ଟ ବିଫଳ ହେବାରୁ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଅଭିନେତ୍ରୀ କର୍ମଚାରୀଙ୍କୁ ପୂରା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ମାମଲା ଖାରଜ କରିବାକୁ କୋର୍ଟରେ ଆବେଦନ କରିଥିଲେ। ତେବେ ଶ୍ରମ ସରକାରୀ ବୀମା ନିଗମର ଓକିଲ ତାଙ୍କ ଆବେଦନକୁ ବିରୋଧ କରିବାରୁ ଜୟାପ୍ରଦା ଓ ଏହି ମାମଲା ସହ ଜଡ଼ିତ ଅନ୍ୟ ୩ ଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି।
Powered by Froala Editor