ମଣିପୁରରେ ଉଦୟ ହେବ ନୂଆ ସୂର୍ୟ୍ୟ:ମୋଦି

ନୂଆଦିଲ୍ଲୀ: ମୋଦି ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ମାତ ଦେଇଛନ୍ତି। ସଂସଦରେ ଆସ୍ଥା ରଖିବାକୁ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ଅନୁପସ୍ଥିତ ଥିବାରୁ ବାଚନିକ ବା ଭୟସ ଭୋଟ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ବିଜେପି ନାତୃତ୍ୱାଧୀନ ଏନଡିଏର ସବୁ ସାଂସଦ ସାମିଲ ହୋଇଥିଲେ।
ସେହିପରି ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହୋଇ ନଥିବା ବିଜେଡି, ୱାଇଏସ୍ଆର କଂଗ୍ରେସ, ବିଏସ୍ପି, ଅକାଳୀ ଦଳ, ସ୍ୱାଧୀନ ସାଂସଦ ସିମରନଜିତ ମାନ୍ ଓ ନବନୀତ ରାଣା ଉପସ୍ଥିତ ରହିଥିଲେ। ସେମାନଙ୍କ ଉପସ୍ଥିତରେ ଭୟସ ଭୋଟ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇଥିଲା।
ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପକ୍ଷ ରଖିଥିଲେ। ସେ ମଣିପୁର ଉପରେ କମ ଓ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ସେ ନିଜ ଭାଷଣର ପ୍ରଥମ ଦେଢ଼ ଘଣ୍ଟାରୁ ଅଧିକ ସମୟ କେବଳ ବିରୋଧୀଙ୍କୁ ସମାଲୋଚନା କରିଥିଲେ।ଏହାକୁ ବିରୋଧ କରି ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ। ଏହାପରେ ମୋଦି ମଣିପୁର ଉପରେ ମାତ୍ର କିଛି ମିନିଟ ପାଇଁ ମତ ରଖିଥିଲେ। ମଣିପୁରରେ ନୂଆ ସୂର୍ୟ୍ୟ ଉଦୟ ହେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।
Powered by Froala Editor