ତ୍ୱଚାରେ ଏହି ସମସ୍ୟା ଦୂର କରେ ହଳଦୀ
ହଳଦୀ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ସହ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ରହିଛି। ଯାହା ତ୍ୱଚା ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ହଳଦୀ ଗୁଣ୍ଡରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାଇ ଶୁଅନ୍ତୁ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ଚମକ ବୃଦ୍ଧି କରିଥାଏ।
ତ୍ୱଚାରେ ହଳଦୀ ଫେସ୍ ପ୍ୟାକ ଲଗାଇବା ଦ୍ୱାରା ବିଭିନ୍ନ ଦାଗ ଦୂର ହୋଇଥାଏ। ତ୍ୱଚାରେ କୁଞ୍ଚନ ହୋଇଥିଲେ, ହଳଦୀ ତ୍ୱଚାରେ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା କୁଞ୍ଚନ ସମସ୍ୟା ଦୂର ହୋଇଥାଏ। ହଳଦୀରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଛି। ଏହି କାରଣରୁ ତ୍ୱଚାରେ ହଳଦୀ ଲଗାଇବା ଦ୍ୱାରା ତ୍ୱଚାରେ ଥିବା ବ୍ରଣ ସମସ୍ୟା ଦୂର ହୋଇଥାଏ।
ଖରା,ପ୍ରଦୂଷଣ ଦ୍ୱାରା ତ୍ୱଚାର ସୁନ୍ଦରତା କମିଯାଏ। ଏହି ସମସ୍ୟା ଦୂର ପାଇଁ ହଳଦୀ ଫେସ୍ ପ୍ୟାକ୍ ଲଗାଇବା ଦ୍ୱାରା ତ୍ୱଚା ପରିଷ୍କାର ହୋଇ ଚମକ ବୃଦ୍ଧି ପାଏ। ହଳଦୀରେ ଲେମ୍ବୁ ରସ ମିଶାଇ ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା ଖରା ପାଇଁ ତ୍ୱଚାରେ ସୃଷ୍ଟି ହେଉଥିବା କଳାପଣ ଦୂର ହୋଇଥାଏ। ଆଖୁ ରସ, ଦହି ଓ ହଳଦୀ ଗୁଣ୍ଡ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ତଳେ ଲଗାନ୍ତୁ। ଏହାଦ୍ୱାରା ଆଖି ତଳର କଳାଦାଗ ଦୂର ହୋଇଥାଏ।
Powered by Froala Editor