Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ...

  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ...

  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

  • ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ...

  • ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ...

  • ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ...

  • ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ...

  • ଏହି ରୋଗୀ ଖାଆନ୍ତୁନି ତରଭୁଜ

  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ...

Home ›› ››ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

2023-08-10 03:28:55
14348
Share:
Facebook
Twitter
E-Mail
WhatsApp
Telegram
ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତ ଛାଡ ଆନ୍ଦୋଳନ ଡାକରାର ୮୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶରେ ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଗାଁ, ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ଏହି ଆନ୍ଦୋଳନକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଅପିଲ୍ କରିଛନ୍ତି ଶ୍ରୀ ପ୍ରଧାନ ।  

ଏହି ଭିଡିଓ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ଏକ ସ୍ମରଣୀୟ ଓ ପ୍ରେରଣାଦାୟୀ ଦିନ । ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଅଂହିସାର ପୂଜାରୀ ପୂଜ୍ୟ ବାପୁ ଇଂରେଜ ଶାସକଙ୍କ ବିରୋଧରେ ‘ଭାରତ ଛାଡ’ ଆନ୍ଦୋଳନ ଡାକରା ଦେଇଥିଲେ । ଗାନ୍ଧିଜୀଙ୍କ ଏହି ପ୍ରେରଣାଦାୟୀ ଡାକରା ବ୍ରିଟିଶ ସରକାରଙ୍କୁ ଭୟଭୀତ କରାଇ ଦେଇଥିଲା ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଏକ ନିର୍ଣ୍ଣାୟକ ମୋଡ ଦେଇଥିଲା । ଆମ ରାଜ୍ୟ ଓଡ଼ିଶାରେ ଗାନ୍ଧିଜୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାର ପ୍ରଭାବ ସାଧାରଣ ଲୋକଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ନୂଆ ଉଦ୍ଦୀପନା ଆଣିଦେଇଥିଲା । ଗାନ୍ଧିଜୀଙ୍କ ଡାକରାରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ତଥା ଅନେକ ପ୍ରମୁଖ ନେତୃମଣ୍ଡଳୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ।

ଗାନ୍ଧିଜୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ବରପୁତ୍ର ପବିତ୍ରମୋହନ ପ୍ରଧାନ ୧୯୪୨ରେ ଜେଲରୁ ଖସି ଆସି ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇ ନିଜର ଅନନ୍ୟ ସାହସର ପରିଚୟ ଦେଇଥିଲେ । କୋରାପୁଟର ଲକ୍ଷ୍ମଣ ନାଏକ ଫାଶୀ ଖୁଣ୍ଟରେ ପ୍ରାଣବଳୀ ଦେବା ଦେଶପ୍ରୀତିର ଚରମ ନିଦର୍ଶନ । ବରଗଡ଼ର ପାଣିମୋରା ଗାଁରୁ ୩୬ ଜଣ ଯୁବକ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିବା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଉଜ୍ଜ୍ୱଳ ଅଧ୍ୟାୟ । ଭଦ୍ରକର ଇରମ ଠାରେ ବ୍ରିଟିଶଙ୍କ ଗୁଳିମାଡରେ ୨୯ ଜଣ ସଂଗ୍ରାମୀ ଶହୀଦ ହେବା, ନବରଙ୍ଗପୁରର ପାପଡାହାଣ୍ଡି ଠାରେ ୧୯ ଜଣ ଶହୀଦ ପ୍ରାଣବଳୀ ଦେବା ଇତ୍ୟାଦି ୧୯୪୨ର ‘ଭାରତ ଛାଡ’ ଆନ୍ଦୋଳନର ଅବିସ୍ମରଣୀୟ ଘଟଣା । ସେହି ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ମାନଙ୍କ ପ୍ରାଣବଳୀ ଦ୍ୱାରା ମିଳିଥିବା ସ୍ୱାଧୀନତା ଆମ ଭାରତବର୍ଷକୁ ଗାରିମାମୟ କରିଛି ।

ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରି ସାରିଛି । ଭାରତବର୍ଷ “ଅମୃତକାଳ”ରେ ପ୍ରବେଶ କରିଛି ଏବଂ ୨୦୪୭ ବେଳକୁ ଏକ ବିକଶିତ ରାଷ୍ଟ୍ର ହେବାର ସଂକଳ୍ପ ନେଇଛି । ଅତ୍ୟନ୍ତ ଖୁସି ଏବଂ ଗର୍ବର ବିଷୟ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ସମଗ୍ର ବିଶ୍ୱରେ ଭାରତବର୍ଷ ଏକ ଦାୟିତ୍ୱସମ୍ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ନୂଆ ପରିଚୟ ସୃଷ୍ଟି କରିଛି । ଭାରତବର୍ଷର ଜନକଲ୍ୟାଣକାରୀ ଏବଂ ସମାବେଶୀ ନୀତି ସାଧାରଣ ମଣିଷର ଜୀବନଶୈଳୀକୁ ସୁରକ୍ଷିତ ଓ ଦୃଢ କରିଛି । ମହିଳା, ଯୁବପିଢି ତଥା ବଞ୍ଚିତ ବର୍ଗର ଲୋକମାନେ ଆଜି ଆଶା ଓ ଉତ୍ସାହର ସହ ନିଜ ପରିବାର ଏବଂ ସମାଜ ପାଇଁ ମୂଲ୍ୟବାନ ଯୋଗଦାନ ରଖୁଛନ୍ତି । କିନ୍ତୁ ଭାରତବର୍ଷର ପ୍ରଗତିରେ ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟୀକରଣ ମନୋବୃତ୍ତି ଆଧାରିତ ରାଜନୀତି ବାଧକ ସାଜିଛି । ଏହି ସବୁ ବିଷୟ, ଭାରତବର୍ଷକୁ ଏକ ପ୍ରଗତିଶୀଳ, ବିକଶିତ ଏବଂ ସ୍ଥିର ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢି ତୋଳିବାର ପ୍ରକ୍ରିୟାରେ ବାଧକ ହୋଇଛି । ସାଧାରଣ ଭାରତୀୟ ମାନଙ୍କର ନ୍ୟାୟପୂର୍ଣ୍ଣ, ଭ୍ରଷ୍ଟାଚାର ତଥା ଅରାଜକତା ମୁକ୍ତ ଶାସନ ପାଇବାରେ ପ୍ରତିବନ୍ଧକ ସାଜୁଛି ।

ତେଣୁ ଗାନ୍ଧିଜୀଙ୍କ ୧୯୪୨ର ଭାରତ ଛାଡ ଆନ୍ଦୋଳନର ପ୍ରାସଙ୍ଗିକତା ଆଜି ଆହୁରି ବଢିଯାଇଛି । ଆଜି ଆମେ ସମସ୍ତେ ଏହି ଭ୍ରଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟିକରଣ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା । ଭ୍ରାଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟିକରଣ ରାଜନୀତି କରୁଥିବା ଅପଶକ୍ତି ମାନଙ୍କ ଠାରୁ ଭାରତକୁ ସୁରକ୍ଷିତ ରଖିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା । ଏହି ନୂତନ ଭାରତ ଛାଡ ଆନ୍ଦୋଳନ ହିଁ ଗାନ୍ଧିଜୀଙ୍କ ପରିକଳ୍ପିତ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ବିକଶିତ ଭାରତବର୍ଷ ନିର୍ମାଣକୁ ସୁନିଶ୍ଚିତ କରିବ । ଏହା ହିଁ ଆଜି ଦିନରେ ଗାନ୍ଧିଜୀ ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ ମାନଙ୍କ ପ୍ରତି ସର୍ବୋକୃଷ୍ଟ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ।

Powered by Froala Editor

Tags Dharmendra Pradhan

Related articles Odisha News Lens 4.1

  • ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ଯୁଦ୍ଧର ପ୍ରଭାବ
    ଦେଶ-ଦେଶାନ୍ତର

    ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ଯୁଦ୍ଧର ପ୍ରଭାବ

    14582
    Mar 12, 2026
  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

    14112
    Mar 12, 2026
  • ପେଇଂ ଗେଷ୍ଟଙ୍କୁ  ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15205
    Mar 12, 2026
  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ
    ଦେଶ-ଦେଶାନ୍ତର

    ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ

    14496
    Mar 11, 2026
  • ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ମନମୁଖୀ
    ଦେଶ-ଦେଶାନ୍ତର

    ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ମନମୁଖୀ

    13869
    Mar 12, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା
    ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13297
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ
    ବିଶେଷ

    ଏହି ରୋଗୀ ଖାଆନ୍ତୁନି ତରଭୁଜ

    13980
    Mar 11, 2026
  • ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ
    ଦେଶ-ଦେଶାନ୍ତର

    ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ

    14605
    Mar 12, 2026
  •  ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15481
    Mar 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15481
    Mar 12, 2026
  • ଦେଶ-ଦେଶାନ୍ତର

    ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ

    14605
    Mar 12, 2026
  • ଦେଶ-ଦେଶାନ୍ତର

    ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ

    14496
    Mar 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17365
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17429
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17776
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16249
    Apr 03, 2021

ବିଶେଷ

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13297
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    13980
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15028
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14782
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15227
    Mar 05, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15674
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15134
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14984
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14497
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15205
    Mar 12, 2026
  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15481
    Mar 12, 2026
  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

    14112
    Mar 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In