ମାଟି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ଯାଜପୁର: ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମାଟି ତଳୁ ମୃତଦେହ ଉଦ୍ଧାର କରିଛି ପୁଲିସ। ଏହି ଅଭାବନୀୟ ଘଟଣା ଘଟଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଓସିସି କଲୋନିରେ । ସୂଚନା ଅନୁସାରେ ରବିବାର ଏହି ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ କାହାକୁ କିଛି ନ ଜଣାଇ ଗାଁ ଶ୍ମଶାନରେ ଶବକୁ ପୋତି ଦେଇଥିଲେ।
ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା । ହଠାତ ଯୁବତୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଗତକାଲି ପୁଲିସ ମୃତ ଯୁବତୀଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ମେସିନରେ ମାଟି ଖୋଳି ଶବ ଉଦ୍ଧାର କରିଛି ପୁଲିସ। ମୃତକ ଜଣକ ହେଉଛନ୍ତି ୨୨ବର୍ଷୀୟ ଉପାସନା ଜେନା ।
Powered by Froala Editor