ମେ’ ମାସରେ ସାଇବର ଲୁଟେରା ରାଜ୍ୟରୁ ଲୁଟିଛନ୍ତି ୧.୪୦ କୋଟି
ଭୁବନେଶ୍ୱର: ଗତ ମେ’ ମାସରେ ରାଜ୍ୟରୁ ୧ କୋଟି ୪୦ ଲକ୍ଷ ୯ ହଜାର ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା। କେବଳ ଭୁବନେଶ୍ୱରରୁ ୭୦ ଲକ୍ଷ ୭୮ ହଜାର ୭୧୪ ଟଙ୍କାର ଚୁନ ଲଗାଇଛନ୍ତି ସାଇବର ଠକ। ଆଉ ଏହି ସମୟ ମଧ୍ୟରେ ୧୨ ଲକ୍ଷ ୫ ହଜାର ଟଙ୍କା ବ୍ଲକ ଓ ରିଫଣ୍ଡ ହୋଇଛି।
ମେ’ ମାସରେ ଲକ୍ଡାଉନ୍ ଓ ସପ୍ତାହାନ୍ ଶଟ୍ଡାଉନ୍ ଯୋଗୁ ଲୋକେ ଅନଲାଇନ ଉପରେ ଅଧିକ ନିର୍ଭର କରୁଥିଲେ। ଆଉ ସାଇବର ଠକମାନେ ବି ବିଭିନ୍ନ ଉପାୟରେ ସେମାନଙ୍କୁ ଚୂନ ଲଗାଇଥିଲେ।
Powered by Froala Editor