ଗାଧୋଉଥିବାବେଳେ ଭାସିଗଲେ ୨ କାଉଡ଼ିଆ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ବରଦା ଅଞ୍ଚଳରେ ଅଘଟଣ। ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ବରଦା ପୋଲ ନିକଟରେ ଘଟିଛି ଏକ ଅଘଟଣ। ସାଳିନ୍ଦୀ ନଦୀରେ ଗାଧୋଉଥିବାବେଳେ ୩ଜଣ ଯୁବକ ପାଣି ସୁଅରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ୨ଜଣ ଏବେ ସୁଦ୍ଧା ନିଖୋଜ ଥିବା ଜଣାଯାଇଛି। ଆଜି ଖଇରା ବ୍ଲକ ବଡ଼ଜୟପୁର ପଞ୍ଚାୟତ ସାନଜୟପୁର ଗାଁର ୧୮ଜଣ ଲୋକ ଜଳ ଢାଳିବା ପାଇଁ ଯିବା ସମୟରେ ଘଟିଛି ଏହି ଅଘଟଣ।
Powered by Froala Editor