୩ଦଫା ଦାବି: ୧୬ରୁ ସ୍କୁଲ୍ରେ ତାଲା ପକାଇବେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ୩ଦଫା ଦାବିରେ ୧୬ରୁ ସ୍କୁଲ୍ରେ ତାଲା ପକାଇବେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ଏନେଇ ୟୁନିଟ୍-୩ ସ୍ଥିତ ଶିକ୍ଷକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି ।
କାର୍ୟ୍ୟରତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକାକାଳକୁ ନୋସନାଲ୍ ଇନ୍କ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବାକୁ ଦାବି କରିଛି ସଂଘ । ଏଥିସହ ଏକ୍ସକ୍ୟାଡର ଉଚ୍ଛେଦ, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କେନ୍ଦ୍ରୀୟ ହାରରେ ମୂଳବେତନ ହାରକୁ ଲେବୁଲ-୯ (ଗ୍ରେଡ୍ ପେ ୪୨୦୦) ପ୍ରଦାନ କରିବାକୁ ଦାବି କରିଛି ସଂଘ । ଏସମସ୍ତ ଦାବିରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସାମୂହିକ ଛୁଟିରେ ରହିବେ । ବ୍ଲକ୍ କାର୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବେ ।
ସଂଘର କହିଛିା, ଆସନ୍ତା ୧୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ଜରିଆରେ ପୁଣି ଥରେ ଦାବିପତ୍ର ପ୍ରଦାନ କରାଯିବ । ୧୬ତାରିଖରୁ ସ୍କୁଲ୍ରେ ତାଲା ପକାଇ ବ୍ଲକ୍ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ସଂଘର ସଭାପତି ରମଣୀ ରଞ୍ଜନ ତ୍ରିପାଠୀ, ମହାସଚିବ ଚାରୁଲତା ମହାପାତ୍ର କହିଛନ୍ତି ଶିକ୍ଷକଙ୍କ ଦାବିନେଇ ପୂର୍ବରୁ ଅନେକ ଥର ପ୍ରତିଶ୍ରୁତି ମିଳିଥିଲେ ବି ଏହା ଆଜିଯାଏଁ ପୂରଣ ହୋଇନାହିଁ । ଏଥର ଦାବି ପୂରଣ ନହେଲା ଯାଏଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସମୂହ ଛୁଟିରେ ରହିବେ ।
Powered by Froala Editor