ଦେବାଳୟଗୁଡିକର ବିକାଶ ପାଇଁ ୭ ଦିନ ମଧ୍ୟରେ ଖୁସି ଖବର ଦେବେ ସରକାର

ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ଆସିଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ବଲାଙ୍ଗୀର ସହରର ଐତିହ୍ୟସମ୍ପନ୍ନ କୋଶଲ କଳାମଣ୍ଡଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ସଙ୍ଗଠନ ଓ ମହିଳାମାନଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ଦୀର୍ଘଦିନ ହେବ ଅବହେଳିତ ଅବସ୍ଥାରେ ପଡ଼ିଥିବା କଳାମଣ୍ଡଳର ବିକାଶ କାର୍ୟ୍ୟ ଉପରେ ସଚିବ ଦୃଷ୍ଟିପାତ କରିଥିଲେ।
ପଡିଆରେ ଥିବା ମଞ୍ଚ, ପାର୍କିଂ ପାଇଁ ଜିଲ୍ଲାପାଳ ପ୍ଲାନ କରି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ପଠାଇବାକୁ ସଚିବ କହିଥିଲେ। ଏଥିସହ ଦେବାଳୟଗୁଡିକର ବିକାଶ ପାଇଁ ୭ ଦିନ ମଧ୍ୟରେ ସରକାର ଖୁସି ଖବର ଦେବେ ବୋଲି କହିଥଲେ। ଏହା ପୂର୍ବରୁ ସେ ବଲାଙ୍ଗୀର ସମଲେଶ୍ବରୀ ମନ୍ଦିର ଦର୍ଶନରେ ଯାଇ ଏହାର ପୁନରୁଦ୍ଧାର ସହ ଗୋପାଳ ଜି ଏବଂ ପାଟଣେଶ୍ୱରୀ ମନ୍ଦିରର ବିକାଶ ପାଇଁ ଘୋଷଣା କରିଥିଲେ।
Powered by Froala Editor