ବାହାନଗା ଟ୍ରେନ୍ ଟ୍ରାଜେଡି: ଆଉ ଜଣେ ଆହତ ମୃତ
କଟକ: ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ପଶ୍ଚିମବଙ୍ଗ ରାଜ୍ୟର ଜଣେ ଆହତଙ୍କ ଗତ ୪ ତାରିଖ ରାତିରେ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ସେକ୍ ଖୋକନ (୩୨) । ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳରେ ।
ଖୋକନ ଗତ ଜୁନ୍ ୩ ତାରିଖରେ ଏସ୍ସିବିକୁ ଆସିଥିଲେ । ମୁଣ୍ଡରେ ଆଘାତ ଲାଗିଥିବାରୁ ଖୋକନଙ୍କୁ ମେଡିକାଲର ନ୍ୟୁରୋସର୍ଜରୀ ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା । ଖୋକନଙ୍କ ମୃତ୍ୟୁକୁ ମିଶାଇଲେ ଏହି ରେଳ ଦୁର୍ଘଟଣାର ମୋଟ ୬ ଜଣଙ୍କର ଇତିମଧ୍ୟରେ ଏସ୍ସିବିରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବିହାରର ୪ ଜଣ ଥିବାବେଳେ ପଶ୍ଚିମବଙ୍ଗର ୨ ଜଣ ସାମିଲ ଅଛନ୍ତି । ଏବେ ବି ମେଡିକାଲର ବିଭିନ୍ନ ୱାର୍ଡରେ ଉକ୍ତ ରେଳ ଦୁର୍ଘଟଣାରେ ଆହତ ହୋଇଥିବା ୬ ଜଣ ଚିକିତ୍ସାଧୀନ ଅଛନ୍ତି ।
Powered by Froala Editor