ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ, ସିନିଅର କ୍ଲର୍କ ଗିରଫ

ଦେବଗଡ଼: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସିନିଅର କ୍ଲର୍କ ଗିରଫ। ଦେବଗଡ଼ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ୟ୍ୟାଳୟର ପୂର୍ବତନ ସିନିଅର କ୍ଲର୍କ ପ୍ରଦୀପ କୁମାର ପାତ୍ର ଗିରଫ ହୋଇଛନ୍ତି। ପ୍ରଦୀପ କୁମାର ପାତ୍ରଙ୍କୁ ଦେବଗଡ଼ ଆଦର୍ଶ ଥାନା ପୋଲିସ ଗିରଫ କରିଛି।
୯ଟି ବ୍ଲାଙ୍କ ଚେକ୍ ନେଇ ବିଭିନ୍ନ ପର୍ୟ୍ୟାୟରେ ଟଙ୍କା ହଡ଼ପ କରିଥିଲେ ପ୍ରଦୀପ କୁମାର ପାତ୍ର। ମୋଟ ୧୩,୨୦,୬୪୯ ଟଙ୍କା ହଡ଼ପ କରିଥିବା ତାଙ୍କ ନାମରେ ଅଭିଯୋଗ ହୋଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିଶାନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ ପ୍ରଦୀପଙ୍କୁ ପୋଲିସ ଗିରଫ କରିଛି।
Powered by Froala Editor