ସେନାରେ ଭର୍ତ୍ତି କରିଦେବାର ପ୍ରତିଶୃତି ଦେଇ ଠକୁଥିଲେ, ଗିରଫ ହେଲେ ନକଲି ସେନା କ୍ୟାପ୍ଟେନ୍
ନୂଆଦିଲ୍ଲୀ: ସେନା କ୍ୟାପ୍ଟେନଙ୍କ ୟୁନିଫର୍ମ ପିନ୍ଧି ନିଜକୁ ଭାରତୀୟ ସେନାର ଜଣେ ଅଧିକାରୀ ବୋଲି କହୁଥିବା ଯୁବକଙ୍କୁ ଗିରଫ କରିଛି ଆର୍ମି ଇଣ୍ଟେଲିଜେନ୍ସ । ସେନାରେ ଭର୍ତ୍ତି କରିଦେବାର ପ୍ରତିଶୃତି ଦେଇ ଯୁବକ, ଯୁବତୀଙ୍କୁ ଠକୁଥିଲେ । ଏନେଇ ମାମଲା ରୁଜୁ ହେବା ପରେ ତାଙ୍କୁ ଯୋଧପୁର ରାଇକାବାଗ୍ ରେଲୱେ ଷ୍ଟେସନରୁ ଗିରଫ କରିଛି ଗିରଫ କରିଛି ଆର୍ମି ଇଣ୍ଟେଲିଜେନ୍ସ ।
ପୁଲିସର ସୂଚନା ମୁତାବକ, ସେନା ୟୁନିଫର୍ମ ପିନ୍ଧି ସାଲାସାର ଏକ୍ସପ୍ରେସରେ ସନ୍ଦିଗ୍ଧ ଯୁବକ ଯାତ୍ରା କରୁଥିବାବେଳେ ଆର୍ମି ଇଣ୍ଟେଲିଜେନ୍ସକୁ ଏହାର ସୂଚନା ମିଳିଥିଲା । ଟ୍ରେନ୍ ରାଇକାବାଗ୍୍ ଷ୍ଟେସନରେ ପହଞ୍ଚିବା ମାତ୍ରେ ତାକୁ ଗିରଫ କେ ଇଣ୍ଟେଲିଜେନ୍ସ ଯବାନ୍ । ଜେରା ସମୟରେ ସେ ଖେତ୍ରି ବାସିନ୍ଦା ରବି କୁମାର ବୋଲି ଜଣାପଡିଛି । ଯୁବକକୁ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନିଆଯିବାର ସୂଚନା ରହିଛି ।
Powered by Froala Editor