ଏଏସଓ ପରୀକ୍ଷା ମାମଲା : ୬ ସପ୍ତାହ ମଧ୍ୟରେ ପୂର୍ବ ନିର୍ଦ୍ଦେଶ କାର୍ୟ୍ୟକାରୀ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ହାଇକୋର୍ଟରେ ଏଏସଓ ପରୀକ୍ଷା ଅନିୟମିତତା ମାମଲାର ରାୟ ପ୍ରକାଶ ପାଇଛି । ୬ ସପ୍ତାହ ମଧ୍ୟରେ ପୂର୍ବ ନିର୍ଦ୍ଦେଶ କାର୍ୟ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମେ’ ୧୯ରେ ହାଇକୋର୍ଟ ଦେଇଥିବା ଏହି ରାୟ ଦୁଇ ମାସ ମଧ୍ୟରେ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଥିଲା ।
ଏହି ନିର୍ଦ୍ଦେଶ କାର୍ୟ୍ୟକାରୀ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୁଦ୍ଧରେ କିଛି ପରୀକ୍ଷାର୍ଥୀ ଅଦାଲତ ଅବମାନନା ମାମଲା କରିଥିଲେ । ଏହି ମାମଲାରେ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମେ’ ୧୯ ରାୟକୁ ପାଳନ କରାଯାଇନଥିବାରୁ ଅବମାନନା ମାମଲା ହୋଇଥିଲା । ସାନି ମେଧା ତାଲିକା ପ୍ରକାଶ କରିବାକୁ ହାଇକୋର୍ଟ ରାୟ ଶୁଣାଇଥିଲେ ।
Powered by Froala Editor