ବିପଦ ସଂକେତ ଉପରେ ବଂଶଧାରା
ଗଜପତି: ଗଜପତି ଜିଲ୍ଲା କାଶୀନଗରଠାରେ ବଂଶଧାରା ନଦୀର ବିପଦ ସଂକେତ ୫୪.୬୦ମିଟର ରହିଥିବା ବେଳେ ବର୍ତ୍ତମାନ ୫୪.୯୦ ମିଟର ରହିଛି ଜଳସ୍ତର। ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏଥିସହ ଆନ୍ଧ୍ର ୧୭ଟି ଗେଟ୍ ଖୋଲି ବନ୍ୟା ଜଳ ନିଷ୍କାସନ କରୁଥିବାରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
ବର୍ଷା ଅଧିକ୍ ହେଲେ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସେପଟ ନଦୀର ତଳ ମୁଣ୍ଡରେ ଅର୍ଥାତ୍ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଗୋଟାଵେରଜଠାରେ ୧୭ଟି ଗେଟ୍ ଖୋଲା ଯାଇ ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ବର୍ତ୍ତମାନ ବ୍ୟାରେଜ ଦେଇ ୪୨,୯୩୭କ୍ୟୁସେକ ଜଳ ପ୍ରବାହିତ ହେଉଛି।
ଜଳ ପରିଚାଳନା ଉପରେ ଗଜପତି ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆନ୍ଧ୍ର ପ୍ରଶାସନ ସାଇରନ ମାଧ୍ୟମ ବ୍ୟାରେଜରେ ପ୍ରଥମ ବନ୍ୟା ଜଳ ଛାଡି ଥିବା ବେଳେ ତଳିଆ ଗାଁ ଗୁଡ଼ିକୁ ଏନେଇ ସତର୍କ ସୂଚନା ଦେଇଛନ୍ତି।
Powered by Froala Editor