ଲାଇନ୍ଚ୍ୟୁତ ହେଲା ମାଲ୍ବାହୀ ଟ୍ରେନ୍
ଅନୁଗୁଳ : ଅନୁଗୁଳ ଜିଲ୍ଲା ବଇଣ୍ଡା ଠାରୁ ଗୋଟିଏ କିମି ଦୂର ଶରଧାମୁଣ୍ଡା ନିକଟରେ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଯାଇଛି।
ଆଜି ସକାଳେ ଏକ ମାଲବାହୀ ଟ୍ରେନ୍ ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଶରଧାମୁଣ୍ଡା ନିକଟରେ ହଠାତ୍ ପାହାଡରୁ ଏକ ବିରାଟ ପଥର ଖଣ୍ଡ ଖସିଲା। ପଥର ଖଣ୍ଡଟି ଟ୍ରେନ୍ ଇଞ୍ଜିନରେ ପିଟି ହେବାରୁ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଯାଇଛି। ତେବେ ଟ୍ରେନ୍ରେ ଥିବା ରେଳ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି।
ଖବର ପାଇ ବରିଷ୍ଠ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଲଗାଣ ବର୍ଷା ଯୋଗୁ ପଥର ଖଣ୍ଡକୁ ହଟାଇ ଇଞ୍ଜିନକୁ ଟ୍ରାକ୍କୁ ଆଣିବା କଷ୍ଟକର ହୋଇ ପଡ଼ୁଛି। ଏଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ଖୁବ୍ ଚଳାଚଳ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ବରିଷ୍ଠ ଅଧିକାରୀ ଆଶା ରଖିଛନ୍ତି।
Powered by Froala Editor