ଏହି ୫ ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି
ଭୁବନେଶ୍ବର: ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଏହାକୁ ଆଖି ଆଗରେ ରଖି ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର ଓ କେନ୍ଦୁଝର ଆଦି ୫ ଜିଲ୍ଲାରେ ସ୍କୁଲ ବନ୍ଦ ରହି। ଏନେଇ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଆଜି ଛୁଟି ଘୋଷଣା କରାଯାଇଛି। ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
ଏଣେ ବର୍ଷାରେ ତେଲକୋଇ ବେହାଲ। ସମାକୋଇ ପୋଲ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ। ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ। ତେଲକୋଇ-ଭୁବନେଶ୍ବର ଯୋଗାଯୋଗ ବିଚ୍ଛିନ୍ନ। ଗତକାଲି ଅପରାହ୍ନରେ ବର୍ଷା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ୧୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୋର ୪ଟାରୁ ସମାକୋଇ ନଦୀର ଦୁଇ ମୁଣ୍ତରେ ଯାତ୍ରୀବାହୀ ଓ ଅନ୍ୟାନ୍ୟ ଗାଡ଼ିମଟର ଅଟକି ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରାଯାଇଛି। ତେଲକୋଇର ସମାକୋଇ ନଦୀ, ଘୁରୁଡିଆ ନାଳ ପ୍ରଭୃତି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି।
ତେଣେ ବଲାଙ୍ଗୀରରେ ଗତକାଲିଠୁ ବର୍ଷା କମିବାର ନାଁ ନେଉ ନ ଥିବା ବେଳେ ଏସଆରସିଙ୍କ ତରଫରୁ ବଲାଙ୍ଗୀରକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ, ଏବଂ ସରକାରୀ କର୍ମଚାରୀମାନେ ଏହାର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି। ଅପର ପକ୍ଷରେ ରାହୁଳ ନଦୀରେ ଅତ୍ୟଧିକ ପାଣି ଆସିବା ଯୋଗୁଁ ଗୁଡଭେଲା ବ୍ଲକର ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ଠିକ୍ ସେହିପରି କେନ୍ଦୁଝର, ପଦ୍ମପୁର ଉପଖଣ୍ଡରେ ଅଞ୍ଚଳରେ ଗତକାଲି ଠାରୁ ବର୍ଷା ଲାଗି ରହିଛି। ତେଣେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ନୂଆପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡି,ସ୍କୁଲ ଓ +୨କଲେଜକୁ ଛୁଟି ଘୋଷଣା କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ।
Powered by Froala Editor