ଓଏଏସ ଫଳ ପ୍ରକାଶିତ :ସୁଦେବ କୁମାର ପୃଷ୍ଟି ଟପ୍ପର
ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷାରେ ୪୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୧୬୪ ଜଣ ଝିଅ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସୁଦେବ କୁମାର ପୃଷ୍ଟି ପରୀକ୍ଷାରେ ଟପ୍ପର ହୋଇଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ, ତୃତୀୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ, ଚତୁର୍ଥ ସ୍ଥାନରେ ବୈଶାଖୀ ଲେଙ୍କା, ପଞ୍ଚମ ସ୍ଥାନରେ ଶ୍ୱେତଲିନା ମାହାନା, ଷଷ୍ଠ ସ୍ଥାନରେ ଅଗ୍ନିଜା ଶିବଦତ୍ତା, ସପ୍ତମ ସ୍ଥାନରେ ସନ୍ତୋଷ କୁମାର ପାତ୍ର, ଅଷ୍ଟମ ସ୍ଥାନରେ ମୀମାଂସା ସାହୁ, ନବମ ସ୍ଥାନରେ ବିନ୍ଦୁ ବଳୟ ରାଉତରାୟ ଓ ଦଶମ ସ୍ଥାନରେ ସୌମ୍ୟରଞ୍ଜନ ମହାପାତ୍ର ଅଛନ୍ତି ।
Powered by Froala Editor