ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
ଭୁବନେଶ୍ୱର: ଡେଙ୍ଗୁରେ ଆଉ ଏକ ମୁଣ୍ଡ ଗଡ଼ିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେବାରେ ପରେ ଆଖି ବୁଜିଛନ୍ତି । ଦୁନିଆ କଣ ବୁଝିବା ଆଗରୁ ମା କୁ ହରାଇଛି ନବଜାତ । ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ ଥିବାବେଳେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
ଭିଏସ୍ଏସ୍ ନଗରର ଜଣେ ମହିଳାଙ୍କର ଶନିବାର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସ୍ତ୍ରୀ ଓ ପ୍ରସ୍ତୂତି ବିଭାଗରେ ରବିବାର ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଦେହ ହାତ ଥରିବା ସହ ଜର ବଢିଥିଲା । ଏନେଇ ସଙ୍ଗେ ସଙ୍ଗେ ହସ୍ପିଟାଲ ପକ୍ଷରୁ ଡେଙ୍ଗୁ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପିଜିଟିଭ ଆସିିଥିଲା । ହେଲେ ସେତେବେଳକୁ ସେ ଆଖି ବୁଜି ସାରିଥିଲେ ।
ମହିଳାଙ୍କ ମୃତ୍ୟୁକୁ ନେଇ ଏନେଇ କିଛି ସମୟ ପାଇଁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଚିକିତ୍ସା ଅଭାବରୁ ମହିଳାଙ୍କ ମୃତ୍ୟୁ ଘଟିଛି । ଶିଶୁ ପୁତ୍ରର ଅବସ୍ଥା ସ୍ଥିର ଥିବା ବେଳେ ତାଙ୍କୁ ଆସିୟୁରେ ରଖାଯାଇଛି ।
Powered by Froala Editor